Hindi News >>Home >>Odisha State

Puri: ଏଣିକି ଭକ୍ତଙ୍କ ପାଇଁ ସହଜ ହେବ ଜଗା ଦର୍ଶନ, ବଡ଼ଦାଣ୍ତରୁ ହଟିଲା ଉଠାଦୋକାନ

Puri: ବଡ଼ଦାଣ୍ତ ମାକେର୍ଟ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ରାସ୍ତାରୁ ହଟିଲା ସମସ୍ତ ଉଠାଦୋକାନ। ଏହି ଜବରଦଖଲ ଉଚ୍ଛେଦ ପରେ ବଦଳିଛି ବଡ଼ଦାଣ୍ତର ରୂପରେଖ । ଯାହା ଫଳରେ ମାର୍କେଟ ଛକରୁ ବଡଦାଣ୍ଡର ୧୦୦ ଫୁଟିଆ ରୋଡ଼ ସ୍ପଷ୍ଟ ଦେଖାଦେଇଛି । ସୂଚନାଯୋଗ୍ୟ, ବହୁ ଦିନର ଟ୍ରାଫିକ୍ ଯନ୍ତ୍ରଣାରୁ ମୁକୁଳିଛି ବଡ଼ଦାଣ୍ତ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ରାସ୍ତା । 

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 19, 2023, 09:16 AM IST
Share

Puri: ପୁରୀରେ ଜବରଦଖଲ ଉଚ୍ଛେଦ। ବଡ଼ଦାଣ୍ତ ମାକେର୍ଟ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ରାସ୍ତାରୁ ହଟିଲା ସମସ୍ତ ଉଠାଦୋକାନ। ଏହି ଜବରଦଖଲ ଉଚ୍ଛେଦ ପରେ ବଦଳିଛି ବଡ଼ଦାଣ୍ତର ରୂପରେଖ । ଯାହା ଫଳରେ ମାର୍କେଟ ଛକରୁ ବଡଦାଣ୍ଡର ୧୦୦ ଫୁଟିଆ ରୋଡ଼ ସ୍ପଷ୍ଟ ଦେଖାଦେଇଛି । ସୂଚନାଯୋଗ୍ୟ, ବହୁ ଦିନର ଟ୍ରାଫିକ୍ ଯନ୍ତ୍ରଣାରୁ ମୁକୁଳିଛି ବଡ଼ଦାଣ୍ତ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ରାସ୍ତା । ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୦୦ ଫୁଟ ଓସାରର ରାସ୍ତା ଏବେ ଦୃଶ୍ୟମାନ ହେଉଛି । ଭକ୍ତଙ୍କ ଯାତାୟତକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀ ମୁକ୍ତ କରାଯାଇଥିଲା । ପରେ ମାର୍କେଟ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀଙ୍କୁ ହଟାଯାଇଛି । କିଛି ଦୋକାନୀ ପୂର୍ବରୁ ଉଠିଯାଇଥିବା ବେଳେ ଯେଉଁମାନେ ହଟିନଥିଲେ ସେମାନଙ୍କ ପୌର ପ୍ରଶାସନ ପକ୍ଷରୁ ହଟାଯାଇଛି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଏହାର ଲୋକାର୍ପଣ କରାଯିବ। ଏହି ଉତ୍ସବରେ ସମସ୍ତ ସାମିଲ ହେବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଅନୁରୋଧ କରିଛନ୍ତି । ଏନେଇ ସୋମବାର ସର୍କିଟ ହାଉସରେ ବସିଥିବା ବୈଠକରେ ଜିଲ୍ଲାପାଳ କହିଛନ୍ତି, ମହାପ୍ରଭୁଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବ୍ୟକ୍ତି ସେବା ଭାବେ ଗ୍ରବଣ କରି ନିଜ ଘରକୁ ପରିଷ୍କାର ରଖିବା ସହ, ଘର ସମ୍ମୁଖରେ ଝୋଟି ମୁରୁଜ ପକାଇବା, ପୂର୍ଣ୍ଣକୁମ୍ଭ ସ୍ଥାପନା କରିବା ଓ ଆଲୋକମାଳାରେ ଘର ସଜାଇବା ଇତ୍ୟାଦି ସହ ସନ୍ଧ୍ୟାରେ ଦୀପ ଜଳାଇବାକୁ ଅନୁରୋଧ କରିଛନ୍ତି । ସେହିପରି ବଡ଼ଦାଣ୍ତର ଉଭୟ ପାର୍ଶ୍ବ କୋଠାଗୁଡ଼ିକ ଗୋଟିଏ ରଙ୍ଗର କରାଯିବା ସହ ଆଲୋକମାଳାରେ ସଜାଯିବ । ପୁରୀର ପ୍ରତ୍ୟେକ ମନ୍ଦିର ମଧ୍ଯ ଆଲୋକମାଳାରେ ଝଲସିବ ।

Also Read-Weather Update: ଥରୁଛି ଓଡି଼ଶା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ଅନ୍ୟପଟେ, ଏହି ଉତ୍ସବରେ କେଉଁ ସବୁ ଧାର୍ମିକ ଅନୁଷ୍ଠାନ ଓ ସାଧୁସନ୍ଥ ସାମିଲ ହେବେ ସେନଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଆସନ୍ତା ୨୦ ତାରିଖରୁ ଏହି ନିମନ୍ତ୍ରଣ କାର୍ଡ଼ ବଣ୍ଟାଯିବ। ଏନେଇ ଏକ ଟିମ୍ ଗଠନ କରାଯିବ । ଏହି ଟିମ୍ ଅତିଥିଙ୍କୁ ଇନଭିଟେସନ୍ କାର୍ଡ ବା କିଟ୍ ଦେବେ। ସେପଟେ ଏହି ଉତ୍ସବରେ ଯୋଗ ଦେବାଲାଗି  ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠ ଗୁଡିକରୁ ସାଧୁ ସନ୍ଥ, ନେପାଳ ରାଜାଙ୍କୁ ବି ଡକାଯିବ। ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ଯ ନିମନ୍ତ୍ରଣ ପତ୍ର ଯିବ। ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାସସ୍ଥାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ଯ ନିମନ୍ତ୍ରିତ କରାଯିବା ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

 

 

 

Read More
{}{}