Hindi News >>Home >>Odisha State

Ratna Bhandar: ୨୩ରେ ହେବ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସିନ୍ଦୁକ ସ୍ଥାନାନ୍ତର, ଭକ୍ତଙ୍କ ଦର୍ଶନ ଅପରାହ୍ଣ ୧ଟାରୁ ବନ୍ଦ

Puri Jagannath Temple Ratna Bhandar: ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ୨୩ ତାରିଖ ଶୁକ୍ରବାର ଦିନ ରତ୍ନ ଭଣ୍ଡାରର ଅବ୍ୟବହୃତ ପୁରୁଣା ଆଲମିରା ଓ ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତରଣ କରିବେ। ଏନେଇ ପରିଚାଳନା କମିଟିର ନିଷ୍ପତ୍ତିକୁ ସରକାର ଗ୍ରହଣ କରି ଆବଶ୍ୟକ ଅନୁମୋଦନ କରିଛନ୍ତି। 

Advertisement
Puri Jaganath Temple Ratna Bhandar
Puri Jaganath Temple Ratna Bhandar
Jagdish Barik|Updated: Aug 20, 2024, 08:35 PM IST
Share

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ୨୩ ତାରିଖ ଶୁକ୍ରବାର ଦିନ ରତ୍ନ ଭଣ୍ଡାରର ଅବ୍ୟବହୃତ ପୁରୁଣା ଆଲମିରା ଓ ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତରଣ କରିବେ। ଏନେଇ ପରିଚାଳନା କମିଟିର ନିଷ୍ପତ୍ତିକୁ ସରକାର ଗ୍ରହଣ କରି ଆବଶ୍ୟକ ଅନୁମୋଦନ କରିଛନ୍ତି। 

ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଶ୍ରୀ ଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରକୁ  ପ୍ରଶାସନର ୧୧ ଜଣିଆ କମିଟି ୪୬ ବର୍ଷ ପରେ ଖୋଲିବାରେ ସମର୍ଥ ହୋଇଥିଲେ। ସେମାନେ ସେତେବଳେ ସେଠାରେ ଥିବା ବିଭିନ୍ନ ଜିନିଷକୁ ଦେଖିବା ସହ ସ୍ଥିତି ଯାଞ୍ଚ କରିଥିଲେ। ପରେ ଜୁଲାଇ ୧୮ ତାରିଖ ଦିନ ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଭାବେ ନିର୍ବାଣ କରାଯାଇଥିବା ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଥିଲା। ଏହାପରେ ରତ୍ନ ଭଣ୍ଡାରରେ ଥିବା ପୁରୁଣା ଆଲମିରାକୁ ମ୍ୟୁଜିୟମକୁ ସ୍ଥାନାନ୍ତର କରି ଏହି ପୁରୁଣା ଗୃହକୁ ମରାମରତି କରିବା ଲାଗି ଏଏସ୍‍ଆଇକୁ ହସ୍ତାନ୍ତର କରିବାକୁ ପରିଚାଳନା କମିଟି  ସରକାରଙ୍କ ଅନୁମୋଦନ ମାଗିଥିଲେ। ଯାହାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। 

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମାର୍ଗଦର୍ଶିକାକୁ ଆଖିରେ ରଖି ଯେପରି ଶୃଙ୍ଖଳିତ ଭାବେ ଭଣ୍ଡାର ଆଲମିରାଗୁଡ଼ିକୁ ସ୍ଥାନାନ୍ତର କରାଯିବ ଏବଂ ଏହି ସମୟରେ ଯେପରି ନୀତି କାନ୍ତି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। 

ତେଣୁ ଏହି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଅନୁସାରେ ଶୁକ୍ରବାର ଅପରାହ୍ଣ ୧ଟାରୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

Also read: କାହିଁକି ହେଲାନି ବିଜେଡିର ‘ଜନ ଜାଗରଣ’, ହାରିଗଲେ କି ‘ଅପରେଜେୟ’

Also Read: Mpox protocol: ମଙ୍କିପକ୍ସର ଚିକିତ୍ସା ପାଇଁ AIIMS ଦିଲ୍ଲୀ ଜାରି କଲା ପ୍ରୋଟୋକଲ୍, ଜାଣନ୍ତୁ ଏହି ରୋଗର ଲକ୍ଷଣ?

Read More
{}{}