Hindi News >>Home >>Odisha State

Ratna Bhandar: ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ, ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

Ratna Bhandar: ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ଵିତୀୟ ଭୋଗ ମଣ୍ଡପ ପରେ ଭଣ୍ଡାର ଗୃହ ଭିତରେ ମରାମତି କାର୍ଯ୍ୟ କରିବ ଏଏସଆଇ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ । 

Advertisement
Ratna Bhandar: ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ, ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
Narmada Behera|Updated: Dec 17, 2024, 10:19 AM IST
Share
Ratna Bhandar: ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ଵିତୀୟ ଭୋଗ ମଣ୍ଡପ ପରେ ଭଣ୍ଡାର ଗୃହ ଭିତରେ ମରାମତି କାର୍ଯ୍ୟ କରିବ ଏଏସଆଇ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ । ଦ୍ଵିତୀୟ ଭୋଗମଣ୍ଡପ ପରଠାରୁ ପ୍ରାୟ ୫ ରୁ ୬ ଘଣ୍ଟା ଅର୍ଥାତ ସନ୍ଧ୍ୟା ପର୍ଯ୍ୟନ୍ତ ମରାମତି କାମ ଜାରି ରହିବ ।ଏହି ସମୟରେ ବନ୍ଦ ରହିବ ଭିତର କାଠ ଦର୍ଶନ ।ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ କରିବ ମରାମତି । ଦିନ ୧୨ଟା ୩୦ କିମ୍ବା ଅପରାହ୍ନ ଗୋଟାଏ ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ମରାମତି କାର୍ଯ୍ୟ କରିବ ଏଏସଆଇ। ଆଜି ପ୍ରଥମେ ଲୁହାଭାରା ବନ୍ଧା କାର୍ଯ୍ୟ କରିବ ଏଏସଆଇ । ଭାରା ବନ୍ଧାହେବା ପରେ ପରେ ଡି ପ୍ଲାଷ୍ଟରିଂ ଓ ଏହା ପରେ ପୁରୁଣା ଲୁହା ବିମ୍ ଏବଂ ପଥର ମରାମତି କାର୍ଯ୍ୟ କରାଯିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫ଶହ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ବାରା ମରାମତି କରିବାକୁ ମତ ରଖିଛନ୍ତି ସେବାୟତ।
 
 
 
ପ୍ରାଥମିକ ପର୍ଯ୍ୟାୟରେ ଚୂନ ପ୍ଲାଷ୍ଟର ଗୁଡ଼ିକ ଡି ପ୍ଲାଷ୍ଟର କରାଯିବ ବା ହଟାଜିବ।ପରେ ଚୂନ ପଥର ଗୁଡ଼ିକୁ ପ୍ରତି ସ୍ଥାପନ ବା ରିପ୍ଲେସ କରାଯିବା ପରେ ଫାଟ ରହିଥିବା ପଥର ଗୁଡ଼ିକୁ ରିପ୍ଲେଶ କରାଯିବ।ପୂର୍ଣ୍ଣାଙ୍ଗ ମରାମତି କାମ ଉପରେ ଦିଆଯିବ ଗୁରୁତ୍ବ ।ନୀଳଗିରି ରୁ ଆସିବ ଉନ୍ନତ ମାନର ପଥର ଓ ବ୍ଲାକ ଗ୍ରାନାଇଟ ।ରତ୍ନ ଭଣ୍ଡାରରେ ରହିଛି ଭର୍ଟିକାଲ କ୍ରାକ୍ସ ବା କାନ୍ଥ ରେ ରହିଛି ଏକାଧିକ ଫାଟ ।ଚଟାଣ ରେ ମଧ୍ୟ ରହିଛି ଫାଟ ।ଅନେକ ସ୍ଥାନରେ ରହିଛି ମୂଷା ଗାତ।ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ବା ଜି ପି ଆର୍ ସର୍ଭେ ରୁ ସ୍ପଷ୍ଟ ହୋଇଛି ରତ୍ନ ଭଣ୍ଡାରରେ କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ମାତ୍ରାରେ ରହିଛି ଫାଟ। ସେଇଭଳି ଷ୍ଟୋନ ବିମ୍ ରେ ଲାଗିଛି ଜଙ୍କ ବା କଳଙ୍କି ।ଏହି ଷ୍ଟୋନ ବିମ ବା ରଟ ଆଇରନ କୁ ମଧ୍ୟ ପ୍ରତି ସ୍ଥାପନ କରିବ ଏ ଏସ ଆଇ ।
Read More
{}{}