Hindi News >>Home >>Odisha State

Jagannath Temple: ରାମନବମୀ ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Jagannath Temple: ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ପୁରୀର ଜଗନ୍ନାଥ ମନ୍ଦିର ଆସନ୍ତାକାଲି ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ଫଳସ୍ୱରୂପ ଭକ୍ତମାନଙ୍କୁ ରବିବାର ଦିନ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଡ଼ଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ।  

Advertisement
Jagannath Temple
Jagannath Temple
Jagdish Barik|Updated: Apr 05, 2025, 07:24 PM IST
Share

Jagannath Temple: ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ପୁରୀର ଜଗନ୍ନାଥ ମନ୍ଦିର ଆସନ୍ତାକାଲି ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ଫଳସ୍ୱରୂପ ଭକ୍ତମାନଙ୍କୁ ରବିବାର ଦିନ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଡ଼ଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ। ଏହାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏକ ବିଜ୍ଞପ୍ତି ଜାରି କରିଛି।

ବିଜ୍ଞପ୍ତିରେ ଅନୁସାରେ, "ଆସନ୍ତାକାଲି ତା୦୬.୦୪.୨୦୨୫ରିଖ, ରବିବାର ଚୈତ୍ର:ଶୁକ୍ଳ ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଣୁ ମଧ୍ୟାହ୍ନଧୂପ ଭୋଗ ଉଠିବା ପରେ ଶ୍ରୀରାମଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। " 

ଭଗବାନ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଥିବା ରାମ ନବମୀ ଚୈତ୍ର ମାସର ଶୁକ୍ଳପକ୍ଷ ନବମୀ ତିଥିରେ ପାଳିତ ହୁଏ। ଯାହା ଏପ୍ରିଲ ୬ (ରବିବାର) ଠାରୁ ଆରମ୍ଭ ହେବ। ଏହି ଦିନ ମନ୍ଦିରରେ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତି ସହିତ ପ୍ରଭୁ ରାମଙ୍କ ସ୍ୱତନ୍ତ୍ର ଜନ୍ମ ଉତ୍ସବ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଦତ୍ତ ମହାପାତ୍ର ସେବାୟାତ ଏବଂ ଖଡିପ୍ରସାଦ ଦଇତାପତି ସେବାୟତମାନେ ପୂଜାର୍ଚ୍ଚନା କରିବେ।

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀରାମ ନବମୀ ନୀତି ସମ୍ପାଦନ ଦୃଷ୍ଟିରୁ ଅପ୍ରେଲ ୬ ତାରିଖ ଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ଯ ବନ୍ଦ ରହିବ।

Read More
{}{}