Hindi News >>Home >>Odisha State

Puri: ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା, ମହାସ୍ନାନ କଲେ ମହାପ୍ରଭୁ

Jagannath Temple: ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ରକ୍ତ ଛିଟା । ଏହାପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ଏଥିଲାଗି ଘଣ୍ଟାଏ ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା । ଆଜି ରବିବାର ଓ ସୋମବାର ବଡ଼ଦିନ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 24, 2023, 03:10 PM IST
Share

Jagannath Temple: ଆଜି ପବିତ୍ର ବ୍ଯଞ୍ଜନ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ମହାପ୍ରଭୁଙ୍କର ହୋଇଛି ବଡ ମହାସ୍ନାନ।ପ୍ରାୟ ଦିନ ସାଢେ ଗୋଟାଏ ସମୟରେ ଭିତରକାଠ ନିକଟରେ ଭକ୍ତଙ୍କ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ବଡମହାସ୍ନାନ ହୋଇଥିଲା। ଫଳରେ ଭିତରକାଠ ନିକଟରେ ଧୁଆଧୁଇ ହେବା ସହ ଚୁନପାଣି ପଡି ପବିତ୍ର କରାଯାଇଥିଲା। ତାପରେ ମହାପ୍ରଭୁଙ୍କର ମହାସ୍ନାନ କରାଯାଇ ଅନ୍ଯାନ୍ଯ ନିତି ବଢିଥିଲା। ମହାସ୍ନାନ ଯୋଗୁଁ ବହୁ ସମୟ ଧରି ଦର୍ଶନ ବନ୍ଦ ରହିଥିଲା। ଭକ୍ତଙ୍କ ଧାଡି ଟାଉନଥାନା ପର୍ଯ୍ୟନ୍ତ ଲମ୍ବିଥିଲା। ରବିବାର ଛୁଟିଦିନ ହେତୁ ନାହିଁ ନଥିବା ଗହଳି ହୋଇଥିବାରୁ  ବଡମହାସ୍ନାନ ନିତି ଯୋଗୁଁ ସମସ୍ଯା ଉପୁଜିଥିଲା। ଏବେ ଦର୍ଶନ ଆରମ୍ଭ ହୋଇଛି। ଦର୍ଶନ ସ୍ୱଭାବିକ ହୋଇଛି। ଲମ୍ବା ବେରିକେଡରେ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିବା ସହ ସାନିଧ୍ୟ ଲାଭ କରୁଛନ୍ତି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ନୀତି ବଢିବା ପରେ ଭିତର କାଠ ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ପରେ ଶ୍ରୀଜୀଉଙ୍କ ମହାସ୍ନାନ ହୋଇଥିଲା । ଫଳରେ ଘଣ୍ଟାଏ ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ସେପଟେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଛନ୍ତି ଅନେକ ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁ ଆଘାତ ହୋଇଥିବା ଯୋଗୁଁ ରକ୍ତଛିଟା ପଡିଥିବା ଅନୁମାନ କରାଯାଉଛି ।

Also Read-JN Covid 19: ରାଜ୍ୟରେ କାୟା ମେଲାଉଛି କରୋନା, ଆଉ ଜଣେ ପଜିଟିଭ୍ ଚିହ୍ନଟ

ପ୍ରକାଶ ଥାଉ କି, ଶନିବାର ପବିତ୍ର ମୋକ୍ଷଦା ଏକାଦଶୀରେ ଅବସରରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ।  ସଂନ୍ଧ୍ଯା ଧୂପ ପରେ ଚୁନରା ସେବକମାନେ ଅତି ନିଷ୍ଠାର ସହ ଏହି ନୀତି ସମାପନ କରିଥିଲେ । ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଏହି ନୀତି କରାଯାଇଥାଏ। ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠାଯାଇଥାଏ। ଖାଲି ଶ୍ରୀମନ୍ଦିର ପରିସରରେ ରହିଥିବା ଭକ୍ତମାନେ ନୁହଁନ୍ତି, ବରଂ ଶ୍ରୀମନ୍ଦିର ଠାରୁ ୧୦ କିଲୋମିଟର ବ୍ଯାପୀ ଗାଁର ଗ୍ରାମବାସୀ ମାନେ ଏହାକୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ମହାପ୍ରଭୁଙ୍କର ଏହା ଏକ ଅନନ୍ଯ ନୀତି ଅଟେ । ପ୍ରତି ମାସ ଏକାଦଶୀ ଦିନ ଅଁଳାବେଢାକୁ ମହାଦୀପ ଉଠିବାର ପରମ୍ପରା ରହିଛି । ଜଗତ କଲ୍ଯାଣ ଉଦ୍ଦେଶ୍ୟରେ ମହାଦୀପ ଉଠିଥାଏ ବୋଲି ବିଶ୍ୱାସ ରହିଛି।

 

Read More
{}{}