Home >>Odisha State

Sim Box: ସିମ୍‍ ବକ୍ସ ମାମଲା: ଭୁବନେଶ୍ୱରରେ ଏନ୍‍ଆଇଏ ଟିମ୍‍

ଭୁବନେଶ୍ୱର: ଗଲା କିଛିଦିନ ହେଲା ସିମ୍‍ ବକ୍ସ ଜବତକୁ ନେଇ ପୁଲିସ ବିଭାଗ ବଡ଼ ଧରଣର ଆତଙ୍କବାଦୀ ସଂଯୋଗକୁ ଇଙ୍ଗିତ କରୁଥିବା ବେଳେ ଆଜି ଜାତୀୟ ତଦନ୍ତ ସଂସ୍ଥା ଏନ୍‍ଆଇଏ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି। ଏକ ଦଳ ଭୁବନେଶ୍ୱରରେ ପହଞ୍ଚି ‘ସିମ୍‍ ବକ୍ସ’  ସ୍ଥାପନର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ମୂଳ ଅଭିଯୁକ୍ତ ରାଜୁ ମଣ୍ଡଳକୁ

Advertisement
Sim Box: ସିମ୍‍ ବକ୍ସ ମାମଲା: ଭୁବନେଶ୍ୱରରେ ଏନ୍‍ଆଇଏ ଟିମ୍‍
Prabhudatta Moharana|Updated: Aug 21, 2024, 02:37 PM IST
Share

Sim Box: ଭୁବନେଶ୍ୱର: ଗଲା କିଛିଦିନ ହେଲା ସିମ୍‍ ବକ୍ସ ଜବତକୁ ନେଇ ପୁଲିସ ବିଭାଗ ବଡ଼ ଧରଣର ଆତଙ୍କବାଦୀ ସଂଯୋଗକୁ ଇଙ୍ଗିତ କରୁଥିବା ବେଳେ ଆଜି ଜାତୀୟ ତଦନ୍ତ ସଂସ୍ଥା ଏନ୍‍ଆଇଏ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି। ଏକ ଦଳ ଭୁବନେଶ୍ୱରରେ ପହଞ୍ଚି ‘ସିମ୍‍ ବକ୍ସ’  ସ୍ଥାପନର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ମୂଳ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଏନ୍‍ଆଇଏ ତଦନ୍ତ କରିବ ବୋଲି ଜଣାପଡ଼ିଛି। 

କିଛିଦିନ ତଳେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରୁ ଏକ ସିମ୍‍ ବକ୍ସ ପୁଲିସ ଜବତ କରିବା ସହ ଏହାସହ ସମ୍ପୃକ୍ତ ରାଜୁ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଗିରିଫ କରିଥିଲେ। ପଚରା ଉଚୁରା ବେଳେ ସେ ଏହାର ସଂଯୋଗ ବାଂଲାଦେଶ ନାଗରିକ ଆସଦୂର ରେହମାନ ସହ ଥିବା ସମ୍ପର୍କକୁ ଉଲ୍ଲେଖ କରିଥିଲେ। ସେ ଭାରତ ଆସି ବିଭିନ୍ନ ସ୍ଥାନରେ ସିମ୍‍ ବକ୍ସ ସ୍ଥାପନ କରିଥିବା ଜଣା ପଡ଼ିବା ପରେ ପୁଲିସ ପକ୍ଷରୁ କଟକ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ତଦନ୍ତ କରାଯାଇଥିଲା। ସେଠାରୁ ବ୍ୟାପକ ସିମ୍‍ କାର୍ଡ ଓ ଆବଶ୍ୟକ ଯନ୍ତ୍ରାଂଶ ଯବତ କରାଯାଇଥିଲା।

ଏହାକୁ ଏକ ରାକେଟ୍‍ ବୋଲି କହିବା ସହ ପୁଲିସ ପକ୍ଷରୁ ଏଥିରେ ଆତଙ୍କବାଦୀ ଓ ହାଓ୍ୱଲା ଅର୍ଥ ଚାଲାଣ ମାମଲା ସାମ୍ନାକୁ ଆସିଥିଲା। ଏଣୁ ପୁଲିସ ଡିସିପି ପ୍ରତୀକ ସିଂହ ଏଥିରେ ଅଧିକ ତଦତନ୍ତ ଲାଗି ଏନ୍‍ଆଇଏ ସହଯୋଗ ମାଗିଥିଲେ। ଏନ୍‍ଆଇଏ ଏହାକୁ ସ୍ୱୀକାର କରି ଆଜି ଏକ ସ୍ୱତନ୍ତ୍ର ଦଳକୁ  ଭୁବନେଶ୍ୱର ପଠାଇଛନ୍ତି।

Read More
{}{}