Home >>Odisha State

Puri News: କଣାସରେ ବିଷାକ୍ତ ପାଣି ପିଇ ୪ ଜଣଙ୍କ ମୃତ୍ୟୁ, ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ

ପୁରୀ: କଣାସରେ ବିଷାକ୍ତ ଦୟା ପାଣି ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ବିରୁଦ୍ଧରେ କଣାସ ଥାନାରେ ଏତଲା ଦେଲେ କଣାସ ଅଞ୍ଚଳବାସୀ। ଦୟା ନଦୀର ବିଷାକ୍ତ ପାଣି ବ୍ୟବହାର କରି କଣାସ ଅଂଚଳର ଚାରି ଜଣ ମୃତ୍ୟୁ ବରଣ କରିବା ସହ କିଛି ଲୋକ ଡାକ୍ତର ଖାନାରେ ମୃତ୍ୟୁ ସହ ସଂଗ୍ରାମରତ ଅନେକ ଡାକ୍ତର ଖାନାରେ ଚିକତ୍ସାଧୀନ। ଏହି ଘଟଣା ବର୍ତ

Advertisement
Puri News: କଣାସରେ ବିଷାକ୍ତ ପାଣି ପିଇ ୪ ଜଣଙ୍କ ମୃତ୍ୟୁ, ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ
Zee Odisha Desk|Updated: Jan 21, 2025, 11:40 AM IST
Share

Puri News: ପୁରୀ: କଣାସରେ ବିଷାକ୍ତ ଦୟା ପାଣି ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ବିରୁଦ୍ଧରେ କଣାସ ଥାନାରେ ଏତଲା ଦେଲେ କଣାସ ଅଞ୍ଚଳବାସୀ। ଦୟା ନଦୀର ବିଷାକ୍ତ ପାଣି ବ୍ୟବହାର କରି କଣାସ ଅଂଚଳର ଚାରି ଜଣ ମୃତ୍ୟୁ ବରଣ କରିବା ସହ କିଛି ଲୋକ ଡାକ୍ତର ଖାନାରେ ମୃତ୍ୟୁ ସହ ସଂଗ୍ରାମରତ ଅନେକ ଡାକ୍ତର ଖାନାରେ ଚିକତ୍ସାଧୀନ। ଏହି ଘଟଣା ବର୍ତମାନ ଚର୍ଚ୍ଚାର ବିଷୟ। କେଉଁ ଉପାନ୍ତ ଅଂଚଳ ନୁହେଁ ରାଜଧାନୀର ଖୁବ ନିକଟରେ ଏଭଳି ଘଟଣା ସତେ ଯେମିତି ଏକବିଂଶ ଶତାବ୍ଦୀରେ ପ୍ରଶାସନିକ ବ୍ୟବସ୍ଥା ଓ ସରକାରଙ୍କ ଯୋଜନାକୁ ପରିହାସ କରୁଛି।

ଦୟା ନଦୀର ଦୁଇ କୁଳରେ ପ୍ରାୟ 50 ରୁ ଉର୍ଦ୍ଧ ଗାଁର ଲୋକ ଏହି ପାଣିକୁ ପିଇବା,ଗାଧୋଇବା,ରୋଷଇ, କୃଷି,ମାଛ ମାରିବା ଆଦି କାର୍ଯ୍ୟରେ ଆଦିମ କାଳରୁ ବ୍ୟବହାର କରି ଆସୁଛନ୍ତି। ଯେହେତୁ ଏହି ଅଞ୍ଚଳର ଭୁତଳ ଜଳ କ୍ଷାରୀୟ ତେଣୁ ଏମାନେ ଦୟା ପାଣି ବ୍ୟବହାର କରିବାକୁ ବାଧ୍ୟ। ସେପଟେ ବିଗତ କିଛି ବର୍ଷ ହେଲା ଭୁବନେଶ୍ୱରର ବିଷାକ୍ତ ସ୍ଵରେଜ ଜହର ଯୁକ୍ତ ପାଣି ଗଙ୍ଗୁଆ ନାଳରେ ପ୍ରବାହିତ ହୋଇ ସିଧାସଳଖ ଦୟା ନଦୀରେ ମିଶୁଛି। ସରକାର ଏପର୍ଯ୍ୟନ୍ତ ଏହି ଅଂଚଳରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା କରିନାହାନ୍ତି। ତେଣୁ ଏମାନେ ଜହର ପାଣି ବ୍ୟବହାର କରିବାକୁ ବାଧ୍ୟ। ପୂର୍ବରୁ ଅନେକ ବାର ଏପରି ଘଟଣା ଘଟିଛି। ଏଠିକାର ଲୋକ ଚର୍ମ ରୋଗ ସହିତ ଅନେକ ଦୁରାରୋଗ୍ୟରେ ଅକାରଣ ରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ପାଇଁ ଅନେକ ବାର ବିଭିନ୍ନ ପର୍ଯ୍ୟୟରେ ଅଭିଯୋଗ ସହିତ ସ୍ଥାୟୀ ସମାଧାନ ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ଫଳ ଶୁନ। ଏହି ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ପଦକ୍ଷେପ ନେବା କଥା।

ହେଲେ ଜିଲ୍ଲାପାଳ ତାଙ୍କ ଦାୟିତ୍ୱରେ ସମ୍ପୂର୍ଣ ଅବହେଳା କରିଛନ୍ତି। ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଦୟା ସୁରକ୍ଷା ଅଭିଯାନ ଅଧକ୍ଷ ସଚିକାନ୍ତ ପ୍ରଧାନ, କିସାନ ପଟନାୟକ ଆଦି ମୃତ୍ୟୁ ବରଣ କରିଥିବା ନୂଆଗାଁ ଓ ନଈକୂଳ ପାଟଣା, ଜାଗୁଳେଇ ପଦର ଆଦି ଗାଁକୁ ଯାଇ ସ୍ଥିତି ପରଖି ଥିଲେ। ଯାହା ଦେଖିଲେ ତାହା ଅବର୍ଣ୍ଣନୀୟ। ସେ ପାଣିକୁ ଛୁଇଁବା ମଧ୍ୟ ବିପଦ। ବର୍ତମାନ ସେହି ଗାଁ ଲୋକଙ୍କୁ ଯେହେତୁ ପାଣି ବ୍ୟବହାର ପାଇଁ ବାରଣ କରାଯାଇଛି। ତେଣୁ ଲୋକ ଦୁଇ ଦିନ ହେଲା ସେଠାରେ ଗାଧୋଇ ନାହାନ୍ତି। ଏପରି ଚିନ୍ତାଜନାକ ଘଟଣା ପରେ ଲୋକଙ୍କ ଏହି ଦୁର୍ଦଶା ପାଇଁ ଜିଲ୍ଲାପାଳ ସମ୍ପୂର୍ଣ ଦାୟୀ ବୋଲି ଅନୁଭବ କରି ତାଙ୍କ ବିରୁଦ୍ଧରେ କଣାସ ଥାନାରେ ଏକ ଏତଲା ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ, ଉମାକାନ୍ତ ସ୍ୱାଇଁ, କଣ୍ଡୁରୀ ଚରଣ ବଳିୟାରସିଂଙ୍କ ସହ ଅନେକ ସ୍ଥାନୀୟ ସାମାଜିକ କର୍ମୀ ଉପସ୍ଥିତ ଥିଲେ।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ମୁଖ୍ୟ ଚିକିତ୍ସାଧିକାରୀ ତଥା ସିଡିଏମଓ ରୁପଭାନୁ ମିଶ୍ର। ଦୂଷିତ ଦୟା ନଦୀ ପାଣି ପିଇବା ଯୋଗୁଁ ବ୍ୟାପୁଛି ରୋଗ। ଲାବରୋଟରି ଟେଷ୍ଟ ପରେ ଦୟା ନଦୀ ପାଣି ସଂକ୍ରମିତ ବୋଲି ଜଣାପଡିଛି। ସିଡିଏମଓ, ଡିପିଏମ୍, ଡିପିଏଚଓ, କଣାସ ମେଡିକାଲ୍ ଇନଚାର୍ଜ୍, ତହସିଲଦାର, ବିଡ଼ିଓଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଯାଇ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଦୟା ନଦୀ ପାଣି ନ ପିଇ ଟ୍ୟାଙ୍କରରେ ଯାଉଥିବା ପାଣି ପିଇବା ସହ ନଳକୂପ ପାଣି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମବାସୀମାନଙ୍କ ଆଲୋଚନା କରାଯାଇ ଦୟା ନଦୀ ଅଞ୍ଚଳରେ ବାଡ ପକାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଟ୍ୟାଙ୍କରରେ ଅଧିକ ପାଣି ଯୋଗାଇବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ। ଏଥିସହିତ ORS, BLEACHING ଏବଂ ହାଲୋଜିନ ବଟିକା ପ୍ରଭାବିତ ଅଞ୍ଚଳରେ ଯୋଗାଇ ଦିଆଯିବା ସହ ନଦୀ ଏପାଖରେ ଗୋଟିଏ ଓ ଅପର ପାର୍ଶ୍ଵରେ ଆଉ ଗୋଟିଏ କ୍ୟାମ୍ପ କରାଯାଇଛି। ହ୍ୟାଣ୍ଡ ୱାସିଂ ଉପରେ ଗୁରୁତ୍ବ ଦିଆଯିବା ସହ ଅଞ୍ଚଳରେ ସଚେତନତା ପାଇଁ ପୋଷ୍ଟର ଏବଂ ଲିଫ୍ଲେଟ ବଣ୍ଟା ଯାଉଛି। ଏହାସହିତ ଏଡିଏମଓ ଡିଜିଜ୍ କଣ୍ଟ୍ରୋଲ, ମେଡ଼ିସିନ୍ ସ୍ପେଶିଆଲିଷ୍ଟ ମଧ୍ୟ ଆଜି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗଡିଶା ଗଦା PHCରେ ମଧ୍ୟ ସାଲାଇନ ଦେବାପାଇଁ ବ୍ୟବସ୍ଥା କରାଯାଇଛି।

Read More
{}{}