Home >>Odisha State

Suna Besha: ଆଜି ଏହି ରୁଟ୍ ରେ ଗଲେ ସହଜ ହେବ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ? ଜାଣି ରଖନ୍ତୁ

Suna Besha: ଆଜି ରଥାରୂଢ ମହାପ୍ରଭୁଙ୍କର ସୁନାବେଶ ବା ବଡ଼ ତଡାଉ ବେଶ ଅନୁଷ୍ଠିତ ହେବ।  ଧାର୍ଯ୍ୟ ନୀତିକାନ୍ତି ଅନୁସାରେ, ଆପାତତଃ ସଂନ୍ଧ୍ୟା ୫ଟା ବେଳେ ଏହି ବେଶ ଦର୍ଶନ ଆରମ୍ଭ ହେବ। ରାତି ପ୍ରାୟ  ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ ରହିବ। ସୁନାବେଶରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ବ୍ୟବସ୍ଥା ରଖାଯାଇଛି।  ୧୯୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ ହୋଇଛନ୍ତି। ସ୍ବତନ୍ତ୍ର ଭାବେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଉଛି। 

Advertisement
Suna Besha: ଆଜି ଏହି ରୁଟ୍ ରେ ଗଲେ ସହଜ ହେବ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ? ଜାଣି ରଖନ୍ତୁ
Narmada Behera|Updated: Jul 17, 2024, 06:59 AM IST
Share

Suna Besha: ଆଜି ରଥାରୂଢ ମହାପ୍ରଭୁଙ୍କର ସୁନାବେଶ ବା ବଡ଼ ତଡାଉ ବେଶ ଅନୁଷ୍ଠିତ ହେବ।  ଧାର୍ଯ୍ୟ ନୀତିକାନ୍ତି ଅନୁସାରେ, ଆପାତତଃ ସଂନ୍ଧ୍ୟା ୫ଟା ବେଳେ ଏହି ବେଶ ଦର୍ଶନ ଆରମ୍ଭ ହେବ। ରାତି ପ୍ରାୟ  ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ ରହିବ। ସୁନାବେଶରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ବ୍ୟବସ୍ଥା ରଖାଯାଇଛି।  ୧୯୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ ହୋଇଛନ୍ତି। ସ୍ବତନ୍ତ୍ର ଭାବେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଉଛି। 

ALSO READ: Weather Update: ଆସୁଛି ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ALSO READ: Today Horoscope: ଆଜି ଏହିସବୁ ରାଶି ପାଇଁ ଉପୁଜିପାରେ ଅଡ଼ୁଆ ପରିସ୍ଥିତି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର ?

ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ପକ୍ଷରୁ ମାର୍କେଟ୍ ଛକ ଠାରୁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ସିଧାସଳଖ ବଡ଼ଦାଣ୍ତକୁ ଆସିପାରିବେନି। ଭକ୍ତମାନେ ମାର୍କେଟ୍ ଛକ ଠାରୁ -ଏକପାଖିଆ ବ୍ୟାରିକେଟ୍ ଭିତରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ପ୍ରସ୍ତାନ କରିବେ। କୌଣସି ଗଳିକନ୍ଧିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡାଯିବ ନାହିଁ।  

ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।  ବେଶି ଭିଡ଼ ଥିଲେ ଚାଲିକି ଆସିବା ପାଇଁ ନିବେଦନ କରାଯାଉଛି। ଆବଶ୍ୟକ ପଡିଲେ ବ୍ୟାଟେରି ଚାଳିତ ଗାଡି଼ର ବ୍ୟବସ୍ଥା କରାଯିବ। ପାଳିଆ ସେବାୟତ  ଏବଂ ଜରୁରୀ କାଳିନ ସେବାୟତ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁନା ବେଶରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରସାଶନ ଆକଳନ କରିଛି। ଉଲ୍ଲେଖ ଥାଉ କି  ଶ୍ରୀଜିଉଙ୍କର ଆସନ୍ତାକାଲି ଅଧରପଣା ପରେ ଶୁକ୍ରବାର ଦିନ ମହାପ୍ରଭୁଙ୍କର ନିଳାଦ୍ରୀ ବିଜେ କରାଯିବ।

Read More
{}{}