Home >>Odisha State

Sahijata: ଶେଷ ହେଲା ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ଅନନ୍ୟ ପରମ୍ପରା ସାହିଯାତ

Sahijata: ପବିତ୍ର ରାମନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ଅନନ୍ୟ ପରମ୍ପରା ସାହିଯାତ ରାମାଭିସେକରେ ଉଦଯାପିତ ହୋଇଛି।ରାବଣକୁ ମହାପ୍ରଭୁ ଶ୍ରୀରାମ ବଦ୍ଧ କରିବା ପରେ ଅଯୋଧ୍ଯାକୁ ଫେରିଥିଲେ। ସେଠାରେ ରାମାଭିସେକ ହୋଇଥିଲା। ଶ୍ରୀରାମ ଅଯୋଧ୍ଯାର ରାଜା ଭାବେ ସିଂହାସନ ଆରୋହଣ କରିଥିଲେ। 

Advertisement
Sahijata: ଶେଷ ହେଲା ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ଅନନ୍ୟ ପରମ୍ପରା ସାହିଯାତ
Zee Odisha Desk|Updated: May 02, 2024, 07:31 PM IST
Share

Sahijata: ପବିତ୍ର ରାମନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ଅନନ୍ୟ ପରମ୍ପରା ସାହିଯାତ ରାମାଭିସେକରେ ଉଦଯାପିତ ହୋଇଛି।ରାବଣକୁ ମହାପ୍ରଭୁ ଶ୍ରୀରାମ ବଦ୍ଧ କରିବା ପରେ ଅଯୋଧ୍ଯାକୁ ଫେରିଥିଲେ। ସେଠାରେ ରାମାଭିସେକ ହୋଇଥିଲା। ଶ୍ରୀରାମ ଅଯୋଧ୍ଯାର ରାଜା ଭାବେ ସିଂହାସନ ଆରୋହଣ କରିଥିଲେ। ଏହି ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ପ୍ରତିବର୍ଷ ଶ୍ରୀମନ୍ଦିରରେ ରାମଲିଳା ସହ ମହାପ୍ରଭୁଙ୍କ ରାମାଭିସେକ ନିତି ଅନୁଷ୍ଠିତ ହୋଇଆସୁଛି। ସାହିଯାତ ପରମ୍ପରାରେ କାଳିକାଦେବୀ ସାହୀରେ ଶ୍ରୀରାମ ଜନ୍ମଗ୍ରହଣ କରନ୍ତି ଆଉ ଗହଡବାଡ ସାହୀରେ ହୋଇଥାନ୍ତି। 
ଭାଇ ଚାରାର ପର୍ବ ସାହିଯାତ ଏହି ପବିତ୍ର ତିଥିରେ ଉଦଯାପିତ ହୋଇଛି। ସାହିଯାତ ଅନ୍ତିମ ଚରଣରେ ରାମଚନ୍ଦ୍ର ରାଜା ହୋଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମଧ୍ୟ ରାମାଭିସେକ ନିତି ଅନୁଷ୍ଠିତ ହୋଇଥିଲା। ସାତସାହୀ ୪୨କନ୍ଦିରେ ସାହି ଆଖଡା ସାମିଲ ହୋଇଥିଲା। ଏଥିରେ ନାଗାମେଢ,, ଦୂର୍ଗାମେଢ,ହନୁମାନ, ନୃସିଂହ, ଶିବଙ୍କ ମେଢ, ରାମ,ଲକ୍ଷ୍ମଣ, ସୀତା ଆଦି ସମସ୍ତ ଚରିତ୍ର ସାମିଲ ହୋଇଥିଲେ। ପୂର୍ବଭଳି ବୀରବାଦ୍ଯରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ। ଆଖିର କଡା ଚାହାଣି ଆଉ ପାଦର ଶକ୍ତ ଗର୍ଜନରେ ଫାଟି ଉଠୁଥିଲା ସାହି ଗଳିକନ୍ଦି। ପୁଣି ଆସନ୍ତା ବର୍ଷ ରାମନବମୀକୁ ଅପେକ୍ଷା।
 ତେବେ ଏହି ସାହିଯାତ ପରମ୍ପରା ଶହଶହ ବର୍ଷ ତଳୁ ରହିଆସିଛି। ସାହିସାହୀ ସହ ସୁସମ୍ପର୍କ ରଖିବା ସହ ମହାପ୍ରଭୁଙ୍କ ରାମଲିଳା ନିତିକୁ ଯୁଗେଯୁଗେ ବଞ୍ଚାଇ ରଖିବାର ଏହା ଏକ ଅନନ୍ୟ ପ୍ରୟାସ।

Read More
{}{}