Hindi News >>Home >>Odisha State

Odisha News: ମେ ୧ରୁ ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା

Rabi Crops: ରାଜ୍ୟରେ ମେ ୧ ତାରିଖରୁ  ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା । ଯାହା ଜୁନ୍ ୩୦ରେ ଶେଷ ହେବ। ରବି ଋତୁରେ ଧାନ ଚାଷ କରୁଥିବା ଚାଷୀଙ୍କୁ  ନିକଟରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ,ଲ୍ୟାମ୍ପ, ମହିଳା ସ୍ବଂୟ ସହାୟକ ଗୋଷ୍ଠୀ  କିମ୍ବା ପାଣି ପଂଚାୟତରେ ଏନେଇ ଆବେଦନ କରିବାକୁ ପଡି଼ବ। ଯେଉଁମାନେ ପୂର୍ବରୁ ପଞ୍ଜିକରଣ କରି ନାହାଁନ୍ତି, ସେମାନଙ୍କୁ ନୂଆ ଭାବେ ପଞ୍ଜିକରଣ କରିବାକୁ ପଡିବ। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
ସୌଜନ୍ୟ- ସୋସିଆଲ ମିଡି଼ଆ
Zee Odisha Desk|Updated: Mar 05, 2024, 08:50 AM IST
Share

Rabi Crops: ରାଜ୍ୟରେ ମେ ୧ ତାରିଖରୁ  ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା । ଯାହା ଜୁନ୍ ୩୦ରେ ଶେଷ ହେବ। ରବି ଋତୁରେ ଧାନ ଚାଷ କରୁଥିବା ଚାଷୀଙ୍କୁ  ନିକଟରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ,ଲ୍ୟାମ୍ପ, ମହିଳା ସ୍ବଂୟ ସହାୟକ ଗୋଷ୍ଠୀ  କିମ୍ବା ପାଣି ପଂଚାୟତରେ ଏନେଇ ଆବେଦନ କରିବାକୁ ପଡି଼ବ। ଯେଉଁମାନେ ପୂର୍ବରୁ ପଞ୍ଜିକରଣ କରି ନାହାଁନ୍ତି, ସେମାନଙ୍କୁ ନୂଆ ଭାବେ ପଞ୍ଜିକରଣ କରିବାକୁ ପଡିବ। ଚାଷୀଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କୃଷି ସମବାୟ ସମିତିରେ ଫର୍ମ ମିଳିପାରିବ।  ୨୦ ତାରିଖ ସୁଧା ସମିତିରେ ଫର୍ମ ଦାଖଲ କରିହେବ। ବିଭାଗୀୟ ଓ୍ବେବ୍ ସାଇଟ୍ www.foododisha.inରେ ମଧ୍ୟ ଫର୍ମ  ମିଳିପାରିବ।

ସେହିପରି, ପ୍ରାଥମିକ କୃଷି ସମବାୟ ଗୁଡିକ ସମସ୍ତ ଫର୍ମ ଚଳିତ ମାସ ୨୭ ତାରିଖ ମଧ୍ୟରେ ଡିଜିଟାଲାଇଟ୍ କରିବେ। ଏପ୍ରିଲ୍ ୩୦ ସୁଧା ନିର୍ଭୁଲ ଚାଷୀ ତାଲିକା ପ୍ରସ୍ତୁତ ହେବ। ଚାଷୀମାନେ ଫର୍ମ ପୂରଣ ବେଳେ ଆଧାର କାର୍ଡର ଜେରକ୍ସ,ବ୍ୟାଙ୍କ ପାସ୍ ବୁକ୍ ଜେରକ୍ସ , ଜମି ପଟାର ବିଶେଷ ବିବରଣୀ ଦେବେ। ଯଦି ଭାଗଚାଷୀ ହୋଇଥିବେ ଜମି ମାଲିକଙ୍କ ସହମତିପତ୍ର,ଆଧାର ନମ୍ବର ଓ ମୋବାଇଲ ନମ୍ବର ପ୍ରଦାନ କରିବେ।  ଭୁଲ୍ ତଥ୍ୟ ପ୍ରଦାନ କଲେ ,ନିୟମ ଅନୁସାରେ,କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ରାଜ୍ୟ ସରକାର ଖରିଫ୍ ଭଳି ଋତୁରେ ଚାଷୀ କିଭଳି ବାହାରେ ଧାନ ନ ବିକି ମଣ୍ତିରେ ବିକିବେ। ସେ ଦିଗରେ ଧ୍ୟାନ ଦେଇଛନ୍ତି।  ସୂଚନା ଯୋଗ୍ୟ, ଚଳିତ ଖରିପ୍ ଋତୁରେ ଧାନ ବିକ୍ରି କରିବାକୁ ରାଜ୍ୟରେ ମୋଟ୍ ୧୭ ଲକ୍ଷ ୩୫ ହଜାର ୧୭୯ ଚାଷୀ ପଂଜିକରଣ କରି ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଲକ୍ଷରୁ ଅଧିକ ଚାଷୀ ବାହାରେ ଧାନ ବିକ୍ରି କରିଛନ୍ତି। ୧୩ ଲକ୍ଷ ୮ ହଜାର ୮୫୬ ଜଣ ଚାଷୀ ଚଳିତ ବର୍ଷ ଖରିଫରେ ରାଜ୍ୟସରକାରଙ୍କୁ ଧାନ ବିକ୍ରି କରିଛନ୍ତି।

 

Read More
{}{}