Hindi News >>Home >>Odisha State

Rahul Gandhi at Bhubaneswar: ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଦିନିକିଆ ଗସ୍ତରେ ଯାଇ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲୋକସଭାର ବିରୋଧି ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ପାଛୋଟି ନେଇଥିଲେ କଂଗ୍ରେସ କର୍ମୀ। କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ସ୍ୱାଗତ କରିଥିଲେ। ତେବେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କ୍ୟ

Advertisement
Rahul Gandhi at Bhubaneswar: ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ
Prabhudatta Moharana|Updated: Jul 11, 2025, 12:19 PM IST
Share

ଭୁବନେଶ୍ୱର: ଦିନିକିଆ ଗସ୍ତରେ ଯାଇ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲୋକସଭାର ବିରୋଧି ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ପାଛୋଟି ନେଇଥିଲେ କଂଗ୍ରେସ କର୍ମୀ। କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ସ୍ୱାଗତ କରିଥିଲେ। ତେବେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କ୍ୟାମ୍ପ ବେଶ ଉତ୍ସାହିତ ରହିଛି। ଏଠାରେ କହି ରଖୁ କି ଆଜି ଭୁବନେଶ୍ୱରରେ ସମ୍ବିଧାନ ବଞ୍ଚାଅ ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହା ସହିତ ଭୁବନେଶ୍ୱରରେ ଏକ ରୋଡ ଶୋ ମଧ୍ୟ କରିବେ ବୋଲି ଜଣାପଡିଛି। 

ସେପଟେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି ଏହି ସମ୍ବିଧାନ ବଞ୍ଚାଅ ସଭା। ଏଥିପାଇଁ ବରମୁଣ୍ଡାରେ କଂଗ୍ରେସ କର୍ମୀଙ୍କ ଗହଳି ଜମିବା ଆରମ୍ଭ ହୋଇଗଲାଣି । ରାହୁଲଙ୍କ କାର୍ଯ୍ୟକ୍ରମ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚିଛନ୍ତି । ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ କଂଗ୍ରେସ ନେତା କର୍ମୀ ବରମୁଣ୍ଡା ପଡିଆରେ ଆସି ପହଞ୍ଚି ସାରିଛନ୍ତି । ଦିନ ୧୨ଟାରେ ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ ।     

Read More
{}{}