Home >>Odisha State

Aswini Baisnav: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗା ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Aswini Baisnav: ପୁରୀ ଗସ୍ତରେ ଆସି ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀପଞ୍ଚମୀରେ ରଥଖଳାକୁ ଯାଇ ଅନୁକୂଳ ହୋଇଥିବା ରଥକାଠକୁ ଷ୍ପର୍ଶ କରି ସାନିଧ୍ୟ ନେଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗନ୍ନାଥ ଦର୍ଶନ କରିଛନ୍ତି ଶ୍ରୀଯୁକ୍ତ ବୈଷ୍ଣବ। 

Advertisement
Aswini Baisnav: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗା ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Sanjaya Kumar Mohapatra|Updated: Feb 15, 2024, 07:36 AM IST
Share

Aswini Baisnav: ପୁରୀ ଗସ୍ତରେ ଆସି ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀପଞ୍ଚମୀରେ ରଥଖଳାକୁ ଯାଇ ଅନୁକୂଳ ହୋଇଥିବା ରଥକାଠକୁ ଷ୍ପର୍ଶ କରି ସାନିଧ୍ୟ ନେଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗନ୍ନାଥ ଦର୍ଶନ କରିଛନ୍ତି ଶ୍ରୀଯୁକ୍ତ ବୈଷ୍ଣବ। ଆସନ୍ତାକାଲି ନୋମିନେଶନ ଦାଖଲ ପୂର୍ବରୁ ମହାପ୍ରଭୁଙ୍କ ସାନିଧ୍ୟ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ।ଶ୍ରୀଯୁକ୍ତ ବୈଷ୍ଣବଙ୍କୁ ସିଂହଦ୍ଵାର ଠାରେ ଦଳ ତରଫରୁ ଜୋରଦାର ସ୍ଵାଗତ କରାଯାଇଥିବା ବେଳେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ ଶ୍ରୀମନ୍ଦିର ସିଂହାରୀ ସେବାୟତ। ମହାପ୍ରଭୁ ଚାହିଁଲେ ପୁରୀରୁ ଅଯୋଧ୍ୟା ଟ୍ରେନ ଚଳାଚଳ କରିବ ବୋଲି ମଧ୍ୟ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବା ପରେ ପୁରୀ ରେଳଷ୍ଟେସନରେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ପୁରୀରେ ଜାରି ରହିଥିବା ରେଳଷ୍ଟେସନ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।୧୨୪ କୋଟି ୮୯ ଲକ୍ଷଟଙ୍କା ବ୍ୟୟ ଅଟକଳରେ ପୁରୀରେ ଜାରି ରହିଛି ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ।୩୦ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ଲାଗି ଟାର୍ଗେଟ ରହିଛି। ନିର୍ମାଣ କାର୍ଯ୍ୟ ସରିବା ପରେ ଅତ୍ୟାଧୁନିକ ସୁବିଧା ପାଇପାରିବେ ରେଳଯାତ୍ରୀ। ପୁରୀ ରେଳ ଷ୍ଟେସନରେ ମୋଦିଜୀଙ୍କ ସ୍ବପ୍ନ ଅନୁଯାୟୀ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ।

ରେଳ ଷ୍ଟେସନର ତିନିଟି ଫ୍ଲୋର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହେଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।କେବଳ ଉପର ଡିଜାଇନ୍ ବାକି ରହିଛି ।ଯାହା ମହାପ୍ରଭୁଙ୍କ ଠାରୁ ପ୍ରେରିତ ହୋଇ କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ଲାଗି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ରେଳଯାତ୍ରୀଙ୍କ ଲାଗି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ରେଳ ଷ୍ଟେସନ ବିଲ୍ଡିଂର ଡିଜାଇନ୍ ଅନୁଯାୟୀ ଏକ ଡିଜିଟାଲ ଟୁଇନ୍ କରାଯାଇଛି ।ଯେଉଁଥିରେ ନଟ, ବୋଲଟ,ପାଇପ ଆଦି ରହିଛି । ଯାହାଫଳରେ ବିଲ୍ଡିଁର ମେଣ୍ଟେନାନଶ କରିବା ସହଜ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।ଦେଶରେ ପ୍ରାୟ ୧ ହଜାର ରେଳ ଓଭରବ୍ରିଜ କରାଯାଇଅଛି ବୋଲି ମଧ୍ୟ ସେ କହିଛନ୍ତି ଯାହା ପୁରା ଦେଶର ରେଳ ବିକାଶରେ ବଡ ଭୂମିକା ନିଭାଇଛି।

Read More
{}{}