Hindi News >>Home >>Odisha State

Rajyasabha MP Debashis Samantray: ଓଡ଼ିଆ ଅସ୍ମିତା ଯୋଗୁ ହାରିଲା ବିଜେଡି, ସ୍ୱାର୍ଥବାଦୀ ନେତାଙ୍କ ବିପକ୍ଷରେ ଉଗାରିଲେ ଦେବାଶିଷ

ଭୁବନେଶ୍ୱର: ବିଜେଡି ବିବାଦର ଅନ୍ୟତମ କେନ୍ଦ୍ରବିନ୍ଦୁ ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଆଜି ବିଜେଡିରୁ ଫାଇଦା ପାଇଥିବା ନୂଆ ନେତାମାନଙ୍କ ବିଷୟରେ ବିଷ ଉଗାରିଛନ୍ତି। ସେ କହିଛନ୍ତି, ଏହି ନେତାମାନେ ନବୀନ ପଟ୍ଟନାୟକ ବା ବିଜୁ ଆଦର୍ଶକୁ ଜାଣି ନାହାନ୍ତି। ଏମାନେ ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀ ନେତା। ଏହି ନେତାମାନ

Advertisement
Rajyasabha MP Debashis Samantray: ଓଡ଼ିଆ ଅସ୍ମିତା ଯୋଗୁ ହାରିଲା ବିଜେଡି, ସ୍ୱାର୍ଥବାଦୀ ନେତାଙ୍କ ବିପକ୍ଷରେ ଉଗାରିଲେ ଦେବାଶିଷ
Prabhudatta Moharana|Updated: Apr 09, 2025, 01:45 PM IST
Share

Rajyasabha MP Debashis Samantray: ଭୁବନେଶ୍ୱର: ବିଜେଡି ବିବାଦର ଅନ୍ୟତମ କେନ୍ଦ୍ରବିନ୍ଦୁ ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଆଜି ବିଜେଡିରୁ ଫାଇଦା ପାଇଥିବା ନୂଆ ନେତାମାନଙ୍କ ବିଷୟରେ ବିଷ ଉଗାରିଛନ୍ତି। ସେ କହିଛନ୍ତି, ଏହି ନେତାମାନେ ନବୀନ ପଟ୍ଟନାୟକ ବା ବିଜୁ ଆଦର୍ଶକୁ ଜାଣି ନାହାନ୍ତି। ଏମାନେ ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀ ନେତା। ଏହି ନେତାମାନେ ନା ନବୀନଙ୍କ ପ୍ରତି ନା ବିଜେଡି ପ୍ରତି ପ୍ରତିବଦ୍ଧ ବୋଲି କହିଛନ୍ତି। 

ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ଦେବାଶୀଷଙ୍କ ଏହି ଉକ୍ତି ଏବେ ରାଜନୀତିକ ବଳକଷାର ଆଉ ଏକ ଖୋରାକି ହୋଇଛି। ଗତକାଲି ନବୀନ ବରିଷ୍ଠ ନେତାମାନଙ୍କୁ ବାହାରେ କୌଣସି ମନ୍ତବ୍ୟ ନ ଦେବାକୁ କହିଥିବା ବରିଷ୍ଠ ନେତାମାନେ କହିଥିଲେ। ହେଲେ ଆଜି ଦେବାଶୀଷଙ୍କ ଏହି ବୟାନ ଗଣମାଧ୍ୟମକୁ ଖୋରାକି ଯୋଗାଇଛି। 

ଆଜି ଦେବାଶୀଷ ସାମନ୍ତରାୟ ଓରଫ୍‍ ଋଷି ସେହି ୪ ଜଣ ସାଂସଦଙ୍କୁ ଆକ୍ଷେପ କରି ସୋଶାଲ୍‍ ମିଡିଆରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ‘ ମୋ ନେତା ନବୀନ ପଟ୍ଟନାୟକ। ନିକଟରେ, ଯେଉଁମାନେ ବିଜେଡିରେ ଯୋଗ ଦେଇ କିଛି ପଦପଦବୀ ପାଇଛନ୍ତି, ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନବାବୁ କି ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି। ଦଳ ପ୍ରତିଷ୍ଠା ହେବା ଦିନଠାରୁ ଲକ୍ଷଲକ୍ଷ କର୍ମୀ ଓ ବରିଷ୍ଠ ନେତା ଅଜସ୍ରଅ ସଂଗ୍ରାମ କରି ଏକ ଆଞ୍ଚଳିକ ଦଳକୁ ଜାତୀୟ ସ୍ତରରେ ପହଞ୍ଚାଇପାରିଥିଲେ। ମାତ୍ର ଏବେକାର କିଛି ନେତା ଓ ନେତ୍ରୀ ନବୀନ ବାବୁଙ୍କର ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ସହ ଅପରିଚିତ। ସେମାନେ ଆଉ କାହା ଇସାରାରେ ପରିଚାଳିତ। ସ୍ୱଭାମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହାଯାଇପାରେ ନା ସେମାନେ ଦଳର ନା ସେମାନେ ଓଡ଼ିଶାର ନା ସେମାନେ ନବୀନ ପଟ୍ଟନାୟକଙ୍କର।’ 

ଏହି ଉକ୍ତିରୁ ସେ ସିଧାସଳଖ ପାଣ୍ତଆନ୍‍ ଓ ପାଣ୍ତିଆନ୍‍  ସମର୍ଥକଙ୍କୁ ପଦାରେ ପକାଇବାକୁ ଚାହିଁଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଯେ, ଶୁଭାଶୀଷ ଖୁଣ୍ଟିଆ ହୁଅନ୍ତୁ କି ମାନସ ମଙ୍ଗରାଜ ଅବା ସୁଲତା ଦେଓ କି ନିରଞ୍ଜନ ବିଶି ଏହି ଚାରିଜଣ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ରାଜ୍ୟସଭା ପଠାଯାଇଛି। ଏମାନେ କେବେ ସାଧାରଣ ନିର୍ବାଚନ ଲଢ଼ିନାହାନ୍ତି। ପୁଣି ନିକଟ ଅତୀତରେ ଏହି ସାଂସଦମାନେ ଦେବାଶୀଷଙ୍କୁ ବିରୋଧ କରିଥିଲେ। ଏପରିକି ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ପ୍ରଭାବ ବିସ୍ତାର କରୁଛନ୍ତି। 

ହେଲେ ଏତିକିରେ ଦେବାଶୀଷ ଅଟକି ନାହାନ୍ତି। ସେ ଶେଷରେ କହିଛନ୍ତି, ‘ ଶେଷରେ ଏତିକି କହିବି ଗତ ନିର୍ବାଚନରେ ବିଜେଡି ପରାଜୟ ଓଡ଼ିଆ ଅସ୍ମିତା ପାଇଁ ହୋଇଥିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ। ଆମ ଅସ୍ମିତା ରକ୍ଷା କରିବା ଆମର ମୂଳ ଲକ୍ଷ୍ୟ। ଜୟ ଜଗନ୍ନାଥ’। 

ଦେବାଶୀଷଙ୍କ ଏହି ମନ୍ତବ୍ୟ ଓ ପରାମର୍ଶଦାତାଙ୍କ ନବୀନ ନିବାସ ବାହାରେ ବୈଠକ ଏବେ ରାଜନୀତିକ ଅଙ୍କକୁ ଆହୁରି ଜଟିଳ କରିଛି।  ନିଜର ସୁରକ୍ଷା ତଥା ଭାବମୂର୍ତ୍ତି ରକ୍ଷା ପାଇଁ ଏବେ ନବୀନ କି ପଦକ୍ଷେପ ନେବେ ତାହାକୁ ଅପେକ୍ଷା କରାଯାଉଛି। 

ଅପରପକ୍ଷେ ପାଣ୍ଡିଆନ୍‍ଙ୍କ ସମର୍ଥକ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଅରୁଣ ସାହୁ ପ୍ରମୁଖ ନେତା ଅନ୍ୟତ୍ର ଏକାଠି ହୋଇ ବୈଠକ କରୁଥିବା ସୂଚନା ମିଳିଛି।

Read More
{}{}