Hindi News >>Home >>Odisha State

Rath Yatra 2024: ପୁରୀ ବୁଲି ଯାଉଛନ୍ତି କି? ଆଜି ଏହି ଜିଲ୍ଲାରୁ ଶ୍ରୀକ୍ଷେତ୍ରକୁ ଯାଉଛି ୨୦୦ ସ୍ପେଶାଲ ବସ୍

Rath Yatra 2024: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୁରୀ ଯାତ୍ରୀଙ୍କ ସୁବିଧା ଲାଗି ୨୦୦ ଘରୋଇ ବସ୍ ଚଳାଚଳ କରିବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହି ବସ୍ ଗୁଡିକ କଟକ ନେତାଜୀ ବସ୍ ଟର୍ମିନାଲରୁ  ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାତ୍ରା କରିବ।

Advertisement
 Rath Yatra 2024: ପୁରୀ ବୁଲି ଯାଉଛନ୍ତି କି? ଆଜି ଏହି ଜିଲ୍ଲାରୁ ଶ୍ରୀକ୍ଷେତ୍ରକୁ ଯାଉଛି ୨୦୦ ସ୍ପେଶାଲ ବସ୍
Narmada Behera|Updated: Jul 07, 2024, 10:49 AM IST
Share

Rath Yatra 2024: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୁରୀ ଯାତ୍ରୀଙ୍କ ସୁବିଧା ଲାଗି ୨୦୦ ଘରୋଇ ବସ୍ ଚଳାଚଳ କରିବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହି ବସ୍ ଗୁଡିକ କଟକ ନେତାଜୀ ବସ୍ ଟର୍ମିନାଲରୁ  ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାତ୍ରା କରିବ।  ବର୍ତ୍ତମାନ ୪ ନମ୍ବର ବେ'ରୁ ପୁରୀ ଗାଡ଼ି ଯାଉଛି। ତେବେ ସ୍ବତନ୍ତ୍ର ବସ୍ ଚଳାଚଳ କରିବା ଲାଗି ୧୩ଟା ବେ' ରିସର୍ଭ ରଖାଯାଇଛି।  ୬ଟା ବେ' ସ୍ବତସ୍ତ୍ର ବସ୍  ଓ ୭ଟି ବେ' ରେ ନିୟମିତ ବସ୍ ଗୁଡିକ ଯାତ୍ରୀ ଉଠାଇବ।  ସକାଳ ୭ଟାରୁ ବସ୍ ଗୁଡିକ ଚାଲିବା ଆରମ୍ଭ କରିଥିବା ବେଳେ  କଟକରୁ ପୁରୀ କୁ ପ୍ରତିଦିନ ୮୫ଟି ବସ୍ ଚାଲିଥାଏ।  ତେବେ ରଥଯାତ୍ରା ଲାଗି ଆହୁରି ୧୫୫ ଟି ବସ୍ ସ୍ବତନ୍ତ୍ର ପରମିଟ୍ ଆଣିଥିବା ଜଣାପଡିଛି। 

ALSO READ: Rath Yatra 2024 Live Updates: ଆଜି ପବିତ୍ର ରଥଯାତ୍ରା, ଦେଖନ୍ତୁ ପୁରୀରୁ ସିଧାପ୍ରସାରଣ

ଏହାବାଦ୍ ପାଶ୍ବବର୍ତ୍ତି ଜିଲ୍ଲାରୁ କଟକ ଦେଇ ପୁରୀ ଯାଉଥିବା ବସ୍ ଗୁଡିକ ବି ଯାତାୟତ କରିବ।  ଏହି ବସ୍ ଗୁଡିକ ମଧ୍ୟରୁ ପ୍ରାୟ ୫୦ଟି  ଏସି ବସ୍ ରହିଛି। ସେହିପରି ନିର୍ଦ୍ଦାରିତ ଭଡା ଠାରୁ କେହିବି ଟଙ୍କା ଟିଏ ଅଧିକ ନ ନେବେ ସେଥିପ୍ରତି ଧ୍ୟାନ ଦିଆଯିବାର ବ୍ୟବସ୍ଥା ହୋଇଛି। ପ୍ରଚଳିତ ବସ୍ ଭଡା ଅନୁଯାୟୀ କଟକରୁ ପୁରୀକୁ ଏସି ବସ୍ ଭଡା ୧୦୦ ଟଙ୍କା  ଓ ବିନା ଏସି ବସ୍ ଭଡା ୮୦ ଟଙ୍କା ଧାର୍ଯ୍ୟ ହୋଇଛି। ଅନ୍ୟ ପକ୍ଷରେ ଯାତ୍ରୀଙ୍କ ଲାଗି ବୋତଲ ପାଣି ଓ ଓଆରଏସ୍ ପାଣି ଯୋଗାଯିବା ପାଇଁ ବ୍ୟବସ୍ଥା ହୋଇଛି। 

 

Read More
{}{}