Hindi News >>Home >>Odisha State

Republic Day 2025: ପୁରୀରେ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

Republic Day 2025: ପୁରୀରେ ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍ ପଡିଆରେ ପାଳନ ହୋଇଛି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ।

Advertisement
Republic Day 2025: ପୁରୀରେ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ
Narmada Behera|Updated: Jan 26, 2025, 12:40 PM IST
Share

Republic Day 2025: ପୁରୀରେ ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍ ପଡିଆରେ ପାଳନ ହୋଇଛି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ।ଯେଉଁ ଜାତୀୟ ପତାକା ତଳେ ଆଜି ଛିଡା ହୋଇଛି ,ସେହି ଜାତୀୟ ପତାକାର ସମ୍ମାନ ,ତଥା ମର୍ଯ୍ୟାଦା ରକ୍ଷା ପାଇଁ ସବୁ ସମୟରେ ଦୃଢତାର ସହିତ ଛିଡା ହେବାକୁ ଆହ୍ବାନ ଦେଇଛନ୍ତି ଶ୍ରୀଯୁକ୍ତ ସିଂଦେଓ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା  ବିଷୟରେ ବ୍ୟାଖ୍ୟା କରିବା ସହ ଏହି ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି କୁ ଆଗାମୀ ୫ ବର୍ଷ ମଧ୍ୟରେ ପାଳନ କରିବୁ ବୋଲି ଗୁରୁତ୍ୱାରୋପ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ଅଭିଭାଷଣ ରଖି ଦୁର୍ନୀତି ମୁକ୍ତ ଓଡ଼ିଶା ଆହ୍ବାନ ଦେଇଛନ୍ତି ଶ୍ରୀଯୁକ୍ତ ସିଂଦେଓ । ଏହି ଅବସରରେ ବାଲ୍ୟ ବିବାହ ସଚେତନତା ,କୃଷି ରଥ,ସୁଭଦ୍ରା ଯୋଜନା ,ବୁଲା ଗୋରୁ ଗାଈ ସହାୟତା ଯୋଜନା,ନିପୂଣ ଓଡ଼ିଶା,ନିପୂଣ ଭାରତ ବାର୍ତ୍ତା ସମ୍ବଳିତ ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଛି ।ଜିଲ୍ଲାସ୍ତରୀୟ ପ୍ୟାରେଡ ସମାରୋହରେ ବିଭିନ୍ନ ସ୍କୁଲ ,କଲେଜ ର ଏନ୍ ସିସି, ସ୍କାଉଟ ଓ ସିଭିଲ ର ୫୭ ଟି ଟ୍ରୁପ୍ ଅଂଶଗ୍ରହଣ କରିଥିଲେ ।ପାରମ୍ପରିକ ନାଗା,ଗୋଷାଣୀ ପାରମ୍ପରିକ କଳା,ବନାଟି,ମାଲଖମ୍ବ ଆଦି ପ୍ରଦର୍ଶନ ସହ ଓଡ଼ିଶୀ ଆଦି ଶାସ୍ତ୍ରୀୟ ନୃତ୍ୟ ର ଝଲକ ଦେଖିବାକୁ ମିଳିଛି ।

ବିଭିନ୍ନ ମହାପୁରୁଷ ତଥା ସଂଗ୍ରାମୀ ମାନଙ୍କ ବେଶରେ ପିଲାମାନଙ୍କୁ ଦେଖିବାକୁ ମିଳିଥିବା ଦେଶର ସାର୍ବ ଭୌମତ୍ୟ ବଜାୟ ଦିଗରେ ପିଲାମାନେ ବିଭିନ୍ନ ବେଶ ପ୍ରଦର୍ଶନ କରିଥିଲେ ।ବିଭିନ୍ନ କ୍ଷେତ୍ରରେ ଖୋ ଖୋ,କୁସ୍ତି , ସଫ୍ଟବଲ୍, ଟାଏକୋଣ୍ଡା କ୍ଷେତ୍ରରେ ଜାତୀୟ ସ୍ତରରେ ପାରଦର୍ଶିତା ଦେଖାଇଥିବା କ୍ରୀଡାବିତ୍ ଙ୍କୁ ସମ୍ମାନିତ କରାଯାଇଥିଲା ।ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ପ୍ୟାରେଡ ରେ ଏସ ସି ଏସ କଲେଜର ଏନ୍ ସି ସି ଟ୍ରୁପ୍, ଜୁନିଅର ଏନ୍ ସି ସି ରେ ପୋଲିସ ହାଇସ୍କୁଲ ,ବିଶ୍ବମ୍ବର ବିଦ୍ୟାପୀଠ  , ସ୍କାଉଟ ରେ ଭୋଳାନାଥ ବିଦ୍ୟାପୀଠ , ସିଭିଲିଆନ ବାଳକ ବିଭାଗରେ ଘନଶ୍ୟାମ ହେମଲତା ବିଦ୍ୟାଳୟ ଓ ବ୍ଲେଶଡ ସାକ୍ରେମେଣ୍ଟ ହାଇସ୍କୁଲ, ଶୃଙ୍ଖଳା ରେ ସରକାରୀ ମହିଳା ମହାବିଦ୍ୟାଳୟ ଏନ୍ ସିସ ସି ପୁରସ୍କୃତ ହୋଇଥିଲେ ।

Read More
{}{}