Home >>Odisha State

Mohan Bhagwat: ଆଜି ଓଡ଼ିଶା ଆସୁଛନ୍ତି RSS ମୁଖ୍ୟ ଡ. ମୋହନ ଭାଗବତ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

Mohan Bhagwat: ଆଜିଠୁ ୫ ଦିନିଆ ଓଡିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର ସଂଘ ଚାଳକ ଡ.ମୋହନ ଭାଗବତ। ଆଜି ଦିନ ୧ଟା ୨୦ ମିନିଟ୍ ସମୟରେ ସେ ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାପଡିଛି। 

Advertisement
Mohan Bhagwat: ଆଜି ଓଡ଼ିଶା ଆସୁଛନ୍ତି RSS ମୁଖ୍ୟ ଡ. ମୋହନ ଭାଗବତ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Narmada Behera|Updated: Aug 08, 2024, 11:09 AM IST
Share

Mohan Bhagwat: ଆଜିଠୁ ୫ ଦିନିଆ ଓଡିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର ସଂଘ ଚାଳକ ଡ.ମୋହନ ଭାଗବତ। ଆଜି ଦିନ ୧ଟା ୨୦ ମିନିଟ୍ ସମୟରେ ସେ ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାପଡିଛି।  ଆସନ୍ତାକାଲି ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି, ଅଗଷ୍ଟ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅତ୍କଳ ଭାରତୀୟ ପ୍ରାନ୍ତ ସେବାପ୍ରମୁଖ ମାନଙ୍କର ବୈଠକ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଡ.ମୋହନ ଭାଗବତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ସରସଂଘଚାଳକଙ୍କ ଏହି ପ୍ରବାସ ସମୟରେ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ । ଏବଂ ଅଗଷ୍ଟ ୧୨ ତାରିଖ ଦିନ ଓଡି଼ଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ଦେଇଛନ୍ତି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ।

ALSO READ: Gajalakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଗାଡି ସାଙ୍ଗକୁ...

ALSO READ: Solar Eclipse 2024: ଅକ୍ଟୋବର ୨ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହିସବୁ ରାଶିଙ୍କ ଉପରେ ପଡି଼ବ ବଡ଼ ପ୍ରଭାବ!

ALSO READ: Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ 'ବ୍ଲାକ୍ ପାନ୍ଥର' ଫିଲ୍ମର ଏହି ଅଭିନେତ୍ରୀ

Read More
{}{}