Hindi News >>Home >>Odisha State

ପ୍ରଭୁ ଜଗନ୍ନାଥଙ୍କ ସହ ଅଶ୍ଳୀଳତାକୁ ଯୋଡ଼ି ଏତେ ବଡ଼ କଥା କହିଦେଲେ ସାହୁ ଭାଉଜ, ଭିଡ଼ିଓ ଭାଇରାଲ୍

କାହିଁକି ଅଶ୍ଳୀଳ ନାଚ କରୁଛନ୍ତି ପ୍ରଶ୍ନରେ ସେ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, 'ବଡ଼ ଠାକୁର ମହାପ୍ରଭୁ ଜଗନ୍ନାଥ ବି ଭାଷା ନଶୁଣିଲେ ରଥ ତାଙ୍କର ଗଡ଼ିବ ନାହିଁ। ବଡ଼ ବଡ଼ ମନ୍ଦିରରେ ବି ଆପଣ ଦେଖିଥିବେ ଅନ୍ତରଙ୍ଗ ଫଟୋ ଏବଂ ଚିତ୍ର ଯଦି ନଲାଗିଥିବ ତାହାଲେ ମତେ କହିବେ। ଲୋକେ ବି ନିଜ ପରିବାର ସହିତ ମନ୍ଦିରର ଯାଉଛନ୍ତି ଦର୍ଶନ କରୁଛନ୍ତି, ଅନ୍ତରଙ୍ଗ ଫଟୋ ବି ଦେଖୁଛନ୍ତି। ଆମର ଯୋଉ ରଥ ବି ଟଣା ହେଉଛି ସେଠିବି ଅଶ୍ଳୀଳ ଭାଷା ନକହିଲେ ରଥ ଗଡୁନି।

Advertisement
ପ୍ରଭୁ ଜଗନ୍ନାଥଙ୍କ ସହ ଅଶ୍ଳୀଳତାକୁ ଯୋଡ଼ି ଏତେ ବଡ଼ କଥା କହିଦେଲେ ସାହୁ ଭାଉଜ, ଭିଡ଼ିଓ ଭାଇରାଲ୍
Soubhagya Ranjan Mishra|Updated: Feb 10, 2025, 10:13 PM IST
Share

Entertainment News: ଅଶ୍ଳୀଳତା ଉପରେ ଜ୍ଞାନ ବାଣ୍ଟିଲେ ସାହୁ ଭାଉଜ। ବଡ଼ ଠାକୁର ଶ୍ରୀ ଜଗନ୍ନାଥଙ୍କୁ ବି ଛାଡ଼ିଲିନି। ବର୍ତ୍ତମାନ ସାହୁ ଭାଉଜଙ୍କର ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଅଶ୍ଳୀଳତା ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, 'ମୁଁ କୌଣସି ଅଶ୍ଳୀଳତା କରୁନାହିଁ । ଜଗନ୍ନାଥ ବି ଭାଷା ନ ଶୁଣିଲେ ଆଗକୁ ବଢନ୍ତିନି। ସ୍ଵୟଂ ଜଗନ୍ନାଥଙ୍କ ବିଷୟରେ ଏଭଳି ବୟାନ ଦେଇ ଏବେ ବିବାବ ଘେରକୁ ଆସିଛନ୍ତି ଆଇଟମ ଡ୍ୟାନ୍ସର ସାହୁ ଭାଉଜ। ସୋସିଆଲ ମିଡିଆରେ ଭିଡିଓଟି ଘୁରି ବୁଲୁଥିବା ବେଳେ ଲୋକମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଏହା ସହିତ ଧିରେ ଧିରେ ତାଙ୍କୁ ବିରୋଧ କରିବା ମଧ୍ୟ ଆରମ୍ଭ କରିଦେଲେଣି। 

କାହିଁକି ଅଶ୍ଳୀଳ ନାଚ କରୁଛନ୍ତି ପ୍ରଶ୍ନରେ ସେ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, 'ବଡ଼ ଠାକୁର ମହାପ୍ରଭୁ ଜଗନ୍ନାଥ ବି ଭାଷା ନଶୁଣିଲେ ରଥ ତାଙ୍କର ଗଡ଼ିବ ନାହିଁ। ବଡ଼ ବଡ଼ ମନ୍ଦିରରେ ବି ଆପଣ ଦେଖିଥିବେ ଅନ୍ତରଙ୍ଗ ଫଟୋ ଏବଂ ଚିତ୍ର ଯଦି ନଲାଗିଥିବ ତାହାଲେ ମତେ କହିବେ। ଲୋକେ ବି ନିଜ ପରିବାର ସହିତ ମନ୍ଦିରର ଯାଉଛନ୍ତି ଦର୍ଶନ କରୁଛନ୍ତି, ଅନ୍ତରଙ୍ଗ ଫଟୋ ବି ଦେଖୁଛନ୍ତି। ଆମର ଯୋଉ ରଥ ବି ଟଣା ହେଉଛି ସେଠିବି ଅଶ୍ଳୀଳ ଭାଷା ନକହିଲେ ରଥ ଗଡୁନି। ଯାତ୍ରାରେ ଗୋଟେ କମେଡିଆନ ଳୋକଙ୍କୁ ହସାଇବା ପାଇଁ ଡୁଆଲ୍ ମିନିଙ୍ଗ ୱାର୍ଡ କହିବାକୁ ପଡ଼ୁଚି। ଡୁଆଲ୍ ମିନିଙ୍ଗ ବିନା କମେଡି କିଛି ବି ନୁହଁ। ଅଶ୍ଳୀଳ ନାହିଁ ତ ଯାତ୍ରା ନାହିଁ। ଯାତ୍ରା ଅଛି ମାନେ ଅଶ୍ଳୀଳ ଅଛି। ଆମେ ଖୋଲିକି ପୁରା ତ କିଛି ଅଶ୍ଳୀଳତା କରୁନୁ। ସେମାନଙ୍କ ମେଜରମେଣ୍ଟ ହିସାବରେ ଆମେ ଡ୍ରେସ୍ ପିନ୍ଧି ନାଚୁଛୁ'। 

ଅଶ୍ଲୀଳ ନାଚ କରୁଛନ୍ତି, ପଚାରିଲେ ଫୁଟାଣି ମାରୁଛନ୍ତି। ଯେଉଁ ଓଡ଼ିଶା ମାଟିରେ ଜନ୍ମ ହୋଇଛନ୍ତି ସେହି ମାଟିର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ବି ଛାଡ଼ୁ ନାହାଁନ୍ତି। ଆମର ସଂସ୍କୃତି ପରମ୍ପରାରେବି କେଉଁଠି ଅଶ୍ଳୀଳତା ଭରି ହୋଇକି ରହିଛି। ତାଙ୍କ କହିବା କଥା ଦେହ ଦେଖେଇ ନାଚିବା ହେଉ କି ପ୍ରାଇଭେଟ୍ ଅଙ୍ଗକୁ ଲୋକଙ୍କୁ ଦେଖେଇକି ଆକର୍ଷିତ କରିବା ଏସବୁ ଖରାପ ଭାଷା କହିବା ସହ ସମାନ। ଅଶ୍ଳୀତା ବିନା ଯାତ୍ରାର କୌଣସି ଅସ୍ତିତ୍ବ ନାହିଁ। ଯେଉଁଠୁ ପେଟ ପୋଷୁଛନ୍ତି ତାକୁ ବି ଲାତ ମାରୁଛନ୍ତି। ଏଭଳି ଅନେକ କିଛି କଥା କହି ସୋସିଆଲ ମିଡ଼ିଆରେ ଘୋର ବିରୋଧ କରୁଛନ୍ତି ଲୋକମାନେ । 

ସବୁଠାରୁ ବଡ଼କଥା ଆମ ଦେବତା, ଆମ ମନ୍ଦିର, ଆମ ସଂସ୍କୃତି ଓ ପରମ୍ପରାକୁ ଅଶ୍ଳୀଳତା ସହିତ ଏବଂ ନିଜ ସହିତ ଯୋଡ଼ି ବାରମ୍ବାର ଅପମାନିତ କରିଚାଲିଛନ୍ତି ସାହୁ ଭାଉଜ, କିନ୍ତୁ ଆମ ଲୋକେ ଘରେ ବସି ଆରାମରେ ସୋସିଆଲ ମିଡ଼ିଆରେ ଖାଲି ବିରୋଧ କରୁଛନ୍ତି ବୋଲି ଲୋକେ କହିଛନ୍ତି। ଏହାକୁ ପ୍ରତ୍ୟକ୍ଷ ଭାବେ କୌଣସି ବିରୋଧ ହେଉନଥିବା ଦେଖିବାକୁ ମିଳୁଛି। ଏମିତିକି ନିକଟରେ କାହିଁକି ଆଇଟମ୍ ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା ହେଲା ଖବର ପ୍ରତି ଗଣମାଧ୍ୟମର ଶିରୋନାମ ପାଲଟିଥିଲା । କିନ୍ତୁ ଆଜି ଆମ ଓଡ଼ିଆଙ୍କ ଭାବନାକୁ ଗୋଇଠା ମାରୁଛନ୍ତି ସେହି ଆଇଟମ୍ ଗାର୍ଲ୍ , ଏହା ପରେବି କାହିଁକି ଗଣମାଧ୍ୟମ ଶୋଇଛି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା।

Also Read- Mamta kulkarni: ମହାମଣ୍ଡଳେଶ୍ୱର ପଦବୀ ଛାଡିଲେ ମମତା କୁଲକର୍ଣ୍ଣି, ଜାଣନ୍ତୁ କାରଣ

Also Read- Mahakumbha: ପ୍ରୟାଗରାଜରେ ଜନ୍ମ ହେଲେ 'ଗଙ୍ଗା-ଯମୁନା-ସରସ୍ୱତୀ' ଓ 'ନନ୍ଦୀ'

Read More
{}{}