Home >>Odisha State

Sambalpur News: ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ; ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ: ବିଜେପି

ସମ୍ବଲପୁର: ସମ୍ବଲପୁରରେ ଦେଖାଦେଇଛି ରାଜନୈତିକ ହିଂସା। ବୁର୍ଲା-ଗୋଶାଳା ଆକଣ୍ଟାପାଲିଠାରେ ହାଇୱା ମଡାଇ ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଦୁଇ ଗୁରୁତରଙ୍କୁ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ସଡ଼କ ଦୁର୍ଘଟଣାର ମୃତକମାନେ ହେଲେ ବିଜେପି ଚିପଲିମା ମଣ୍ଡଳ ସଭାପତି ଦେବେନ୍ଦ୍ର ନ

Advertisement
Sambalpur News: ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ; ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ: ବିଜେପି
Prabhudatta Moharana|Updated: Jan 06, 2025, 07:58 AM IST
Share

Sambalpur News:ସମ୍ବଲପୁର: ସମ୍ବଲପୁରରେ ଦେଖାଦେଇଛି ରାଜନୈତିକ ହିଂସା। ବୁର୍ଲା-ଗୋଶାଳା ଆକଣ୍ଟାପାଲିଠାରେ ହାଇୱା ମଡାଇ ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଦୁଇ ଗୁରୁତରଙ୍କୁ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ସଡ଼କ ଦୁର୍ଘଟଣାର ମୃତକମାନେ ହେଲେ ବିଜେପି ଚିପଲିମା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆ। ଦେବେନ୍ଦ୍ର ଓ ମୁରଲୀ ଆଉ ଦୁଇ ଜଣଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରିଥିଲେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାୟକ। ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ନାଉରିଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ଛାଡି ଚିପଲିମାସ୍ଥିତ ଘରକୁ ଫେରୁଥିଲେ। ତେବେ ଆକଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲା। ଯାହାଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା। 

ସେପଟେ ଏହି ଘଟଣାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଜେପି କହିଛି। ହାଇୱାଟି ତିନି ଥର ତାଙ୍କୁ କଟ ମାରି ଆକ୍ରମଣ କରିଥିଲା। ତୃତୀୟ ଥରରେ ଗାଡିଟି ଓଲଟି ପଡିଥିଲା ଓ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ସେପଟେ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଚାଳକ ପ୍ରସନ୍ନ କୁମାର ଜେନାମଣିଙ୍କୁ ବୁର୍ଲା ପୋଲିସ ଗିରଫ କରିଛି। ପ୍ରସନ୍ନର ଘର ଅନୁଗୋଳ ଜିଲ୍ଲା ଟାଉନ ଥାନାର ବଦ୍ରିନାଲି ଗ୍ରାମରେ ବୋଲି ସୂଚନା ରହିଛି। 

Read More
{}{}