Hindi News >>Home >>Odisha State

Balasore News: ପ୍ରଶାସନର ନାକ ତଳେ ବାଲି ଲୁଟ ଅଭିଯୋଗ

ତେବେ ଏହି ଘଟଣାକୁ ନେଇ ଭୋଗରାଇ ତହସିଲଦାର ହିମାଂଶୁ ଗିରି କହିଛନ୍ତି ବାଲି ଉଠୁଥିବା ଜାଗା ହେଉଛି ସରକାରୀ ଜାଗା। ଅଭିଯୋଗ ପାଇବା ପରେ ଆମେ ଘଟଣା ସମ୍ପର୍କରେ ସ୍ଥାନୀୟ RI ଠୁ ଏକ ରିପୋର୍ଟ ପ୍ରସ୍ତୁତ କରି IIC ଙ୍କୁ ରିପୋର୍ଟ କରିଛୁ। ଏହା ସହ ଖଣିଜ ସମ୍ପଦ ବିଭାଗକୁ ମଧ୍ୟ୍ୟ ପଠାଇଛୁ ବୋଲି ସେ କହିଛନ୍ତି। 

Advertisement
Balasore News: ପ୍ରଶାସନର ନାକ ତଳେ ବାଲି ଲୁଟ ଅଭିଯୋଗ
Abhaya mohanty|Updated: Jul 22, 2024, 07:34 PM IST
Share

Balasore News: ବାଲେଶ୍ୱର: ପ୍ରଶାସନର ନାକ ତଳେ ଚାଲିଛି ବେଆଇନ ବାଲି ଚୋରା ଚାଲାଣ। ଆଖି ଖୋସିଲା ଭଳି ଚିତ୍ର ସାମ୍ନାକୁ ଆସିଛି। ହେଲେ ପ୍ରଶାସନର ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ବାଲି ମାଫିଆମାନେ ବେଧଡ଼କ ଭାବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱରପୁର ଗାଁର ଥିବା ସରକାରୀ ଜାଗାରୁ ବାଲି ଚାଲାଣ କରି ମାଲେମାଲେ ହେଉଥିବା ନେଇ ଅଭିଯୋଗ ହୋଇଛି। ସେପଟେ ଏହି ଚାଲାଣ ଉପରେ ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସରକାରୀ ଜାଗାରୁ ବେଆଇନ ଭାବେ ଚାଲିଛି ବାଲି ଉତ୍ତୋଳନ ଚାଲିଥିବା ନେଇ ଅଭିଯୋଗ ଆସିଛି। ସରକାରୀ କାର୍ଯ୍ୟାଳୟକୁ ଲାଗି ରହିଥିବା ଜଳେଶ୍ୱରପୁର ଗାଁ ଏବେ ବାଲି ମାଫିଆଙ୍କ କବଜାରେ ରହିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ଜଳେଶ୍ୱରପୁର ପଂଚାୟତରୁ ଦୀର୍ଘ ଦିନ ଧରି ରାତି ହେଉ କୀ ଦିନ ଚୋରାରେ ବାଲି ଚାଲାଣ ହେଉଥ‌ିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଯାହାକି ଗାଁର କିଛି ବାଲି ମାଫିଆମାନେ ଏକର ଏକର ସରକାରୀ ଜାଗାରୁ ଜେସିବିରେ ବାଲି ତାଡି ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଓଡ଼ିଶାର ଲଘୁ ଖଣିଜ ସମ୍ପଦ ହ୍ରାସ ଘଟୁଥୁବା ବେଳେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟକରୀ ବାଲି ମାଫିଆମାନେ ମାଲେମାଲ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ବାଲି ଚୋରା ଚାଲାଣ ପରେ ବଡ଼ ବଡ଼ ଖାଲ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। 

ହେଲେ ଏ ନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଓଡିଶା ସରକାରଙ୍କ ରାଜସ୍ୱ ହାନି ହେବା ସହିତ ଆଗାମୀ ଦିନରେ ସ୍ଥାନୀୟ ବାସୀଙ୍କ ପାଇଁ ଏହି ବିପଦ ଶୃଷ୍ଟି କରିପାରେ ବୋଲି ଲୋକେ କହିଛନ୍ତି। ତେବେ ଏତେ ବଡ ବଡ଼ ବାଲି ଗର୍ତ୍ତ ସୃଷ୍ଟି ହେଲା କିନ୍ତୁ ପ୍ରଶାସନ କେମିତି ଜାଣି ପାଇଲା ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦା ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ଖୁବ ଶୀଘ୍ର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ବାଲି ମାଫିଆଙ୍କୁ ଚିହ୍ନଟ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମ୍ପୃକ୍ତ ଟ୍ରାକ୍ଟର ଜବତ କରିବାକୁ ଦାବି ହେଉଛି।

ତେବେ ଏହି ଘଟଣାକୁ ନେଇ ଭୋଗରାଇ ତହସିଲଦାର ହିମାଂଶୁ ଗିରି କହିଛନ୍ତି ବାଲି ଉଠୁଥିବା ଜାଗା ହେଉଛି ସରକାରୀ ଜାଗା। ଅଭିଯୋଗ ପାଇବା ପରେ ଆମେ ଘଟଣା ସମ୍ପର୍କରେ ସ୍ଥାନୀୟ RI ଠୁ ଏକ ରିପୋର୍ଟ ପ୍ରସ୍ତୁତ କରି IIC ଙ୍କୁ ରିପୋର୍ଟ କରିଛୁ। ଏହା ସହ ଖଣିଜ ସମ୍ପଦ ବିଭାଗକୁ ମଧ୍ୟ୍ୟ ପଠାଇଛୁ ବୋଲି ସେ କହିଛନ୍ତି। 

Read More
{}{}