Hindi News >>Home >>Odisha State

ଖୋର୍ଦ୍ଧାରେ ବଦଳିଲା ସ୍କୁଲ ସମୟ

ଶୁକ୍ରବାର ଭୁବନେଶ୍ୱର ଉତ୍ତପ୍ତ ସହର ରହିଥିଲା। ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ସହିତ ଦେଶର ଉତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ସେପଟେ ରାଜ୍ୟର ୧୦ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଛି। 

Advertisement
ଖୋର୍ଦ୍ଧାରେ ବଦଳିଲା ସ୍କୁଲ ସମୟ
Zee Odisha Desk|Updated: Apr 06, 2024, 07:34 AM IST
Share

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସ୍କୁଲ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି। ଏନେଇ ଜିଲ୍ଲାପାଳ ଚଞ୍ଚଲ ରଣା ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସ୍କୁଲ ସକାଳ ସାଢେ ୬ଟାରୁ ଆରମ୍ଭ ହୋଇ ଦିନ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲୁ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ସମୟ ଅନୁଯାୟୀ ସ୍କୁଲରେ ପାଠପଢା ଜାରି ରହିବ। ଖୋର୍ଦ୍ଧା ଜିଲ୍ଲା ଅଧିନରେ ଆସୁଥିବା ସମସ୍ତ ସରକାରୀ, ବେସରକାରୀ ତଥା ସରକାର ଅନୁଦାନପ୍ରାପ୍ତ ସମସ୍ତ ସ୍କୁଲ ଏହି ସମୟରେ ଖୋଲିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। 

ଏଠାରେ କହି ରଖୁ କି ପୂର୍ବରୁ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ପାଠପଢା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ରାଜ୍ୟରେ ବର୍ଦ୍ଧିତ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। 

ସୂଚନାଯୋଗ୍ୟ ଶୁକ୍ରବାର ଭୁବନେଶ୍ୱର ଉତ୍ତପ୍ତ ସହର ରହିଥିଲା। ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ସହିତ ଦେଶର ଉତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ସେପଟେ ରାଜ୍ୟର ୧୦ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଛି। 

Read More
{}{}