Home >>Odisha State

Odisha News: ଏହି ଜିଲ୍ଲାରେ ଶିକ୍ଷା ବିଭାଗର ଦୁର୍ନୀତିକୁ ନେଇ ଆପର ବଡ଼ ଆରୋପ

Odisha News: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳା ସେମିତି ଦ୍ଵାରା ଷ୍ଟିଚିଂ ପୋଷାକ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ ହେବ। କିନ୍ତୁ ଏହାର ବ୍ୟତିକ୍ରମ କରି କିଛି ସଂସ୍ଥା ମାଧ୍ୟମରେ ଏହି ପୋଷାକ ବଣ୍ଟନ ହେଉଛି। ଏହାର ବଜାର ମୂଲ୍ୟ ୩୦୦ ରୁ ୩୫୦ ପାଇଁ ଟଙ୍କା ହୋଇଥିବା ବେଳେ ୫୦୦ ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି।

Advertisement
Odisha News: ଏହି ଜିଲ୍ଲାରେ ଶିକ୍ଷା ବିଭାଗର ଦୁର୍ନୀତିକୁ ନେଇ ଆପର ବଡ଼ ଆରୋପ
Priyambada Rana|Updated: Dec 08, 2024, 07:12 AM IST
Share
Odisha News: ଜିଲ୍ଲା ଶିକ୍ଷା ବିଭାଗର ବଡ଼ ଦୁର୍ନୀତିକୁ ନେଇ ପୁରୀ ଜିଲ୍ଲାର ଆପର ପ୍ରେସ ମିଟ୍। ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନରେ ଘୋଟାଲାକୁ ନେଇ ବର୍ଷିଲା ଆପ। ଆପ ଅଭିଯୋଗ କରିଛି ଯେ ସ୍କୁଲ ପିଲାଙ୍କୁ ଡ୍ରେସ ବଣ୍ଟନ ପାଇଁ ଉପ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳା ସେମିତି ଦ୍ଵାରା ଷ୍ଟିଚିଂ ପୋଷାକ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ ହେବ। କିନ୍ତୁ ଏହାର ବ୍ୟତିକ୍ରମ କରି କିଛି ସଂସ୍ଥା ମାଧ୍ୟମରେ ଏହି ପୋଷାକ ବଣ୍ଟନ ହେଉଛି। ଏହାର ବଜାର ମୂଲ୍ୟ ୩୦୦ ରୁ ୩୫୦ ପାଇଁ ଟଙ୍କା ହୋଇଥିବା ବେଳେ ୫୦୦ ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି।
 
ପୂର୍ବରୁ ସ୍କୁଲ କମିଟି ସମସ୍ତ ନିଷ୍ପତ୍ତି ନେଉଥିବା ବେଳେ ଏବେ ଏହାର କ୍ଷମତା ସଙ୍କୁଚିତ କରାଯାଇ ଜିଲ୍ଲା ଶିଖା ଅଧିକାରୀଙ୍କ ଉପରେ ଛଡ଼ା ଯାଇଛି। ଯାହାର ଫାଇଦା ନେଇ ହୋଇଛି ବଡ ଘୋଟଲା। ପ୍ରାୟ ଗୋଟିଏ ଡ୍ରେସ ପିଛା ୧୫୦ ଟଙ୍କା କମିଶନ ହିସାବରେ ଜିଲ୍ଲାର ପ୍ରାୟ ୧ଲକ୍ଷ ୨୭ ହଜାର ଛାତ୍ର ଛାତ୍ରୀଙ୍କ ହିସାବରେ ୧ କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ହେରଫେର କରାଯାଉଛି। ଗୋଟିଏ ପଟରେ ମହିଳା ସ୍ୱାବଲମ୍ବନ୍ ର ଧଜିଆ ଉଡ଼ିଥିବା ବେଳେ ଅହେତୁକ ଅନୁକମ୍ପା ପୂର୍ବକ ବଡ ଘୋଟାଲା ହେଉଛି। ଅନ୍ୟପକ୍ଷରେ ରାଜ୍ୟ ତମାମ ୩୦ ଜିଲ୍ଲାରେ ଏଭଳି ଘୋଟାଲାକୁ ଯଦି ହିସାବ କରାଯାଏ ପ୍ରାୟ ୩୦ ରୁ ୪୦ କୋଟି ହେରଫେର ହେଉଛି ବୋଲି ଅଭିଯୋଗ କରିଛି ଆପ। ସେପଟେ ପୁରୀ ରେ ୧୪ ଟି ସଂସ୍ଥା ମାଧ୍ୟମରେ ଏହି ପୋଷାକ ଦାୟିତ୍ଵ ଦିଆଯାଇଥିବା ବେଳେ ବ୍ରହ୍ମଗିରି ରେ କେବଳ ଗୋଟିଏ ହିଁ ସଂସ୍ଥା ହାତେଇଛି ସମସ୍ତ ପୋଷାକ ବଣ୍ଟନ ଦାୟିତ୍ଵ ।ଯାହାକୁ ନେଇ ସନ୍ଦେହ ଦୃଢୀଭୂତ ହୋଇଛି ବୋଲି ଆପ ଅଭିଯୋଗ କରିଛି।
Read More
{}{}