Home >>Odisha State

School Close: ୨୦ ତାରିଖରେ ବି ଖୋଲିବନି ସ୍କୁଲ୍‍

ଭୁବନେଶ୍ୱର: ଆସନ୍ତା ୨୦ରେ ବି ଖୋଲିବନି ସ୍କୁଲ୍‍। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେଏହି ନିଷ୍ପତ୍ତି କେବଳ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‍ ପାଇଁ ପ୍ରଯୁଜ୍ୟ ରହିବ।

Advertisement
School Close: ୨୦ ତାରିଖରେ ବି ଖୋଲିବନି ସ୍କୁଲ୍‍
Prabhudatta Moharana|Updated: Jun 19, 2025, 01:30 PM IST
Share

School Close: ଭୁବନେଶ୍ୱର: ଆସନ୍ତା ୨୦ରେ ବି ଖୋଲିବନି ସ୍କୁଲ୍‍। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେଏହି ନିଷ୍ପତ୍ତି କେବଳ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‍ ପାଇଁ ପ୍ରଯୁଜ୍ୟ ରହିବ। ଏହିଦିନ ପ୍ରଧାନମନ୍ତ୍ରୀ ଭୁନେଶ୍ୱର ଗସ୍ତରେ ରହୁଥିବାରୁ ଟ୍ରାଫିକ୍‍ ଗହଳିକୁ ଦେଖି ଏହି ନିଷ୍ପତ୍ତି ସରକାର ନେଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। 

ଦୀର୍ଘଦିନର ଗ୍ରୀଷ୍ମ ଅବକାଶ ପରେ ୧୮ ତାରିଖ ଦିନ ସ୍କୁଲ୍‍ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଗଣଶିକ୍ଷା ବିଭାଗର ପୂର୍ବ କ୍ୟାଲେଣ୍ଡରକୁ ଆଧାର କରି ରାଜ୍ୟର ବିଭିନ୍ନ ଘରୋଇ ଓ ସରକାରୀ ସ୍କୁଲ୍‍ ସେମାନଙ୍କ ସ୍କୁଲ୍‍ ପିଲାଙ୍କ ପାଇଁ ପରୀକ୍ଷା ଓ ଅନ୍ୟ ବ୍ୟବସ୍ଥା ନିର୍ଘଣ୍ଟ କରିଥିଲେ। କିନ୍ତୁ ଅଚାନକ ଭାବେ ସରକାରଙ୍କ ଗଣଶିକ୍ଷା ବିଭାଗ ଏ ନେଇ ଏକ ଆଦେଶ ମଙ୍ଗଳବାର ପ୍ରକାଶ କରିଥିଲେ। ଯାହାକୁ ଭିତ୍ତିକରି ସମସ୍ତ ସ୍କୁଲ୍କୁା ୧୮ ତାରିଖ ବଦଳରେ ୨୦ ଦାରିଖକୁ ନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ଆଜି ପୁଣିଥରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। 

 

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ୍ସରେ କୁହାଯାଇ ଯେ, ‘ଆସନ୍ତା ଜୁନ୍‍ ୨ହ ତାରିଖ, ଶୁକ୍ରବାରଦିନ ସରକାରଙ୍କ ଲକବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛ।ି ବିପୁଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ତେଣୁ ଭୁବନେଶ୍ୱର ଓ କଟକ ମହାନଗରସ୍ଥିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ’

ପ୍ରଧାନମନ୍ତ୍ରୀ ଆସିବାର ବିବାରଣୀ ଅନେକ ଦିନ ପୂର୍ବରୁ ସ୍ଥିର ହୋଇଛି। କିନ୍ତୁ ରାଜ୍ୟ ସରକାର ସ୍କୁଲ୍‍ ଖୋଲିବା ଘୋଷଣା କରିବା ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ଅନୁଧ୍ୟାନ ନକରି ସ୍କୁଲ୍‍ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅପରାହ୍ନ ୪ଟା ପରେ ରହିଛି। ପୁଣି ନିର୍ଦ୍ଦିଷ୍ଟ ରୁଟ୍ରେଥ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ଭୁବନେଶ୍ୱର ଏବଂ କଟକର ସମସ୍ତ ସ୍କୁଲ୍କୁ୍ ବନ୍ଦ କରିବାର ନିଷ୍ପତ୍ତିର ଆଧାର କ’ଣ ତାହା ସ୍ପଷ୍ଟ ହୋଇ ନାହିଁ।

Read More
{}{}