Hindi News >>Home >>Odisha State

Odisha News: OTDC ଘରେ ସେକ୍ସ ରାକେଟ୍ , ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ...

 Odisha News: ସେକ୍ସ ରାକେଟର ପର୍ଦ୍ଦାଫାସ୍ (sex racket)।  ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ''ଶିଆଳି ସମୁଦ୍ର ବେଳାଭୂମୀ''ରେ ଥିବା ଓଟିଡିସି ଘରେ ଚାଲିଥିବା ସେକ୍ସ କାରବାର ପର୍ଦ୍ଦାଫାସ ହୋଇଛି। ଓଟିଡିସି ଘରକୁ ବେଆଇନ ଜବରଦଖଲରେ ରଖି କେତେକ ଯୁବକ ସେକ୍ସ କାରବାର କରୁଥିବା ବହୁବାର ଅଭିଯୋଗ ହୋଇ ଆସୁଥିଲା। 

Advertisement
Odisha News: OTDC ଘରେ ସେକ୍ସ ରାକେଟ୍ , ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ...
Zee Odisha Desk|Updated: Dec 09, 2023, 02:05 PM IST
Share

(ଜଗତସିଂହପୁର,ନାରାୟଣ ବେହେରା, ଜୀ ମିଡିଆ ) Odisha News: ସେକ୍ସ ରାକେଟର ପର୍ଦ୍ଦାଫାସ୍ (sex racket)।  ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ''ଶିଆଳି ସମୁଦ୍ର ବେଳାଭୂମୀ''ରେ ଥିବା ଓଟିଡିସି ଘରେ ଚାଲିଥିବା ସେକ୍ସ କାରବାର ପର୍ଦ୍ଦାଫାସ ହୋଇଛି। ଓଟିଡିସି ଘରକୁ ବେଆଇନ ଜବରଦଖଲରେ ରଖି କେତେକ ଯୁବକ ସେକ୍ସ କାରବାର କରୁଥିବା ବହୁବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଅଭିଯୋଗ ଅନୁଯାୟୀ ସେକ୍ସ କାରବାରରେ ସମ୍ପୃକ୍ତ ଦୁଇଜଣ ଯୁବକଙ୍କ ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ କିଛିଦିନ ପୂର୍ବରୁ ତିର୍ତ୍ତୋଲ ଥାନା ଅଧିନ ଅଲଣା ଗାଁର ଆନନ୍ଦ ଦାସ ନାମକ ଯୁବକ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ଶିଆଳୀ ଓଟିଡିସି ଘରେ ଶାରୀରିକ ସମ୍ପର୍କ ରଖିବା ସହ ସେହି ମୁହୁର୍ତ୍ତର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ । ପରବର୍ତ୍ତୀ ସମୟରେ ଯୁବତୀଙ୍କ ସହ ମନୋମାଳିନ୍ୟ ହେବାରୁ ଯୁବତୀର ଅଶ୍ଳୀଳ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏନେଇ ଯୁବତୀ ଜଣଙ୍କ ଏରସମା ଥାନାରେ ଏତଲା ଦେବାପରେ ସେହି ଦିନ ଠାରୁ ଅଭିଯୁକ୍ତ ଆନନ୍ଦ ଫେରାର ଥିଲା । ଏରସମା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ  ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ଆନନ୍ଦ ଦାସକୁ ମୁମ୍ବାଇରୁ ଗିରଫ କରାଯାଇଛି।

ଶିଆଳି ବେଳାଭୂମିରେ ଥିବା ଓଟିଡିସି ସରକାରୀ ପାନ୍ଥନିବାସରେ ସେକ୍ସ ରାକେଟ ଚାଲୁଥିବା ସନ୍ଦେହ ଓ ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗ ରେ ସ୍ଥାନୀୟ ଶିଆଳିର ବଟକୃଷ୍ଣ ପାତ୍ର ଓ ଚନ୍ଦ୍ରକାନ୍ତ ମଣ୍ଡଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେସ ନମ୍ବର୩୫୭/୨୩ରେ ପୋଲିସ ଅଧିକ ଅନୁସନ୍ଧାନ କରୁଥିବା ସୁଚନା ମିଳିଛି। ଓଟିଡିସି ପକ୍ଷରୁ ନିର୍ମାଣ କରା ଯାଇଥିବା ଘରକୁ ଯୁବକମାନଙ୍କୁ କିଏ ଦେଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୋଲିସ ର ତଦନ୍ତ ଯାରି ରହିଛି। ତେବେ ଶିଆଳି ବେଳାଭୂମି ଓଡିଶା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନ ପାଇଥିବା ବେଳେ ଶିଆଳିର ଓଟିଡିସି ଘରକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

Read More
{}{}