Hindi News >>Home >>Odisha State

ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ ; ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ପୁଲିସ

Sex racket: ପୁଲିସ ଯୁବତୀମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଏହି ରାକେଟ୍‌ରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ସେନେଇ ପୁଲିସ ସନ୍ଧାନ ଜାରି ରଖିଛି। ନୟାଗଡ଼ର ଜଣେ ରାଣୀ ମହୁମାଛିଙ୍କ ଜରିଆରେ ଏହି କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Advertisement
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ ; ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ପୁଲିସ
Zee Odisha Desk|Updated: Nov 28, 2024, 01:12 PM IST
Share

ଭୁବନେଶ୍ଵର: ରାଜଧାନୀରେ ସେକ୍ସ ରାକେଟ ଠାବ। ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ୍ ଠାବ। ୪ ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ। ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ପୁଲିସକୁ ମିଳିଥିଲା ସୂଚନା। ଚଢଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ଏକ ବାଇକ୍ ଜବତ କରିଛି ପୁଲିସ। ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ଯୁବତୀମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଏହି ରାକେଟ୍‌ରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ସେନେଇ ପୁଲିସ ସନ୍ଧାନ ଜାରି ରଖିଛି। ନୟାଗଡ଼ର ଜଣେ ରାଣୀ ମହୁମାଛିଙ୍କ ଜରିଆରେ ଏହି କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Read More
{}{}