Hindi News >>Home >>Odisha State

ରାଜଧାନୀରୁ ପୁଣି ସେକ୍ସ ରାକେଟ୍ ଠାବ, ଏହି ଛକରେ ଚାଲିଥିଲା ବେପାର...

Sex racket in Bhubaneswar: ଏହାପରେ ମତେ ଏକ ଘରେ ଅଟକ ରଖି ମାଡ ମାରିଥିଲେ। ଏ କଥା ମୁଁ ମୋର ପୁରୁଷ ବନ୍ଧୁଙ୍କୁ ଜଣାଇବା ପରେ ସେ ସେଠାରେ ପହଞ୍ଚିଥିଲେ। ହେଲେ ମତେ ଅଟକ ରଖି ତାଙ୍କୁ ମଧ୍ୟ ମାଡ ମାରିଥିଲେ। ରାସ୍ତାରେ ଯାଉଥିବା ଲୋକ ପୁଲିସକୁ ଫୋନ୍ କରିବା ପରେ ମତେ ପୋଲିସ ଏଠାରୁ ଉଦ୍ଧାର କରିଥିଲା। 

Advertisement
ରାଜଧାନୀରୁ ପୁଣି ସେକ୍ସ ରାକେଟ୍ ଠାବ, ଏହି ଛକରେ ଚାଲିଥିଲା ବେପାର...
Zee Odisha Desk|Updated: Oct 19, 2024, 02:32 PM IST
Share

ଭୁବନେଶ୍ଵର: ରାଜଧାନୀରେ ସେକ୍ସ ରାକେଟ୍। ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ ସ୍ପାରେ ସେକ୍ସ ରାକେଟ୍ ଠାବ ହୋଇଛି। ବଡଗଡ ପୁଲିସ କୌଣସି ସୂତ୍ରରୁ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାର ସୂଚନା ପାଇବା ପରେ ଚଢାଉ କରିଥିଲା। ଜଣେ ଯୁବକ ଏଥିରେ ଧରାପଡି ଥିବାବେଳେ ଦୁଇ ଜଣ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି। ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବାବେଳେ ତାଙ୍କୁ ସ୍ପା ମାଲିକ ମାଡପିଟ୍ କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳିଛି। 

ଅନ୍ୟପଟେ ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ପୁଲିସ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମତେ ରିସେପସନ୍ ରେ ଚାକିରି କରିବା ପାଇଁ ଡାକିଥିଲେ। ହେଲେ ଏଠାକୁ ଆସିବା ପରେ ମତେ ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ। ମୁଁ ଏଥିରେ ରାଜି ହୋଇନଥିଲି। ପରେ ବିଭିନ୍ନ ବାହାନା କରି ମତେ ପୁରୀ ନେଇ ଯାଇଥିଲେ। ପୁଣି ଏଠାକୁ ଆଣି ମତେ ଖରାପ କାର୍ଯ୍ୟ କରିବାକୁ କହିଥିଲେ। 

ଯୁବତୀ ଜଣଙ୍କ ଏହା ମତେ କହିଛନ୍ତି ଯେ ଏହାପରେ ମତେ ଏକ ଘରେ ଅଟକ ରଖି ମାଡ ମାରିଥିଲେ। ଏ କଥା ମୁଁ ମୋର ପୁରୁଷ ବନ୍ଧୁଙ୍କୁ ଜଣାଇବା ପରେ ସେ ସେଠାରେ ପହଞ୍ଚିଥିଲେ। ହେଲେ ମତେ ଅଟକ ରଖି ତାଙ୍କୁ ମଧ୍ୟ ମାଡ ମାରିଥିଲେ। ରାସ୍ତାରେ ଯାଉଥିବା ଲୋକ ପୁଲିସକୁ ଫୋନ୍ କରିବା ପରେ ମତେ ପୋଲିସ ଏଠାରୁ ଉଦ୍ଧାର କରିଥିଲା।

Read More
{}{}