Home >>Odisha State

ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ- ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକାରୀ ହେବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ଯାହା ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ । 

Advertisement
ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ- ମୁଖ୍ୟମନ୍ତ୍ରୀ
Soubhagya Ranjan Mishra|Updated: Jul 19, 2025, 07:58 PM IST
Share

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକାରୀ ହେବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ଯାହା ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ । ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ ଶକ୍ତିଶ୍ରୀ ନାମକ ଏକ ମୋବାଇଲ୍‌ ଆପ୍‌ ମଧ୍ୟ କାର୍ଯ୍ୟ କରିବ । ଯଦି କୌଣସି ଛାତ୍ରୀ କିଛି ଅସୁବିଧାରେ ପଡ଼ନ୍ତି ତେବେ ନିଜ ନାମ ଗୋପନ ରଖି ଏହି ଆପ୍ ମାଧ୍ୟମରେ ପଞ୍ଜୀକୃତ କରିପାରିବେ । ପଞ୍ଜୀକୃତ କରିବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନଙ୍କ ସଶକ୍ତୀକରଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ । ମୁଖ୍ୟତଃ ୮ଟି ଦିଗକୁ ଗରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ କରାଯିବ । ଶକ୍ତିଶ୍ରୀ ଆପ୍‌ର SOS ବଟନ୍‌ ବ୍ୟବହାର କରି ତୁରନ୍ତ ସାହାଯ୍ୟ ନେଇପାରିବେ ଛାତ୍ରୀ । SAFE କ୍ୟାମ୍ପେନ୍‌ ସହ କ୍ୟାମ୍ପସ୍‌ ସୁରକ୍ଷା ରିପୋର୍ଟ ଡିସେମ୍ବର ୩୧ ସୁଦ୍ଧା ଦେବେ । ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ CCTV କ୍ୟାମେରା ଲଗାଯିବ । ବର୍ଷକୁ ଥରେ ‘ଶକ୍ତି ସ୍ବରୂପିଣୀ’ ଏକଦିବସୀୟ କର୍ମଶାଳାର ଆୟୋଜନ କରାଯିବ ।

Also Read- ବଳଙ୍ଗା ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ମାଆ, ଆଣିଲେ ସାଂଘାତିକ ଅଭିଯୋଗ

Also Read- Sainik School Jobs: ସୈନିକ ସ୍କୁଲରେ TGT-PGT ଶିକ୍ଷକ ନିଯୁକ୍ତି, ଦରମା ୫୪ ହଜାରରୁ ଅଧିକ

Read More
{}{}