Similipal Tiger Project: ଭୁବନେଶ୍ୱର: ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ଗୋଟିଏ ଅଢେଇ ବର୍ଷର ବାଘୁଣୀ। ଏହି ବାଘୁଣୀକୁ ଆଣିବାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ ଗତ ୨୦ ତାରିଖରେ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀକୁ ଗସ୍ତ କରିଥିଲେ। ଗତକାଲି ଏହି ବାଘୁଣୀ ଧରାହେବା ପରେ ଆଇନ କାନୁନ ଅନୁଯାୟୀ ସମସ୍ତ କାଗଜପତ୍ର ହେବା ପରେ ଏହାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷମ ଡଃ. ପ୍ରକାଶଚାନ୍ଦ ଗୋଗୀନେନୀ ସୂଚନା ପ୍ରଦାନ କରିଛନ୍ତି।
ଏହି ବାଘୁଣୀକୁ ଏକ ସ୍ୱତନ୍ତ୍ର ଗାଡିରେ ଏନକ୍ଲୋଜର ଭିତରେ ରଖାଯାଇଥିବା ବେଳେ ବିଳମ୍ବିତ ରାତ୍ରିରେ ଶିମିଳିପାଳ ଭିତର କୋର ଏରିଆରେ ଛଡ଼ାଯିବା ନେଇ ସୂଚନା ରହିଛି। ଏଠାରେ କହି ରଖୁକି ଓଡ଼ିଶାରେ ବର୍ତ୍ତମାନ ୩୦ ମହାବଳ ବାଘ ରହିଛନ୍ତି। ସେଥି ମଧ୍ୟରୁ ୨୭ଟି ମହାବଳ ବାଘ କେବଳ ଶିମିଳିପାଳରେ ଅଭୟାରଣ୍ୟ ଜଙ୍ଗଲରେ ରହିଛନ୍ତି। ୧୪ଟି ମାଈ ଓ ୧୩ଟି ଅଣ୍ଡିରା ବାଘ ବୋଲି ସୂଚନା ରହିଛି। ତେବେ ଶିମିଳିପାଳରେ ଥିବା ୨୭ଟି ମହାବଳ ବାଘ ମଧ୍ୟରୁ ୬୦ ପ୍ରତିଶତ ବାଘ ଅର୍ଥାତ ୧୬ଟି ବାଘ ଇନ ବ୍ରିଡିଂ କଳାବାଘ ରହିଛନ୍ତିଷ ଏହି ପ୍ରଜାତିର ମହାବଳ ବାଘଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ। ଫଳରେ ଏମାନଙ୍କର ମୃତ୍ୟୁ ଖୁବଶୀଘ୍ର ହୋଇଥାଏ। ଫଳରେ ଏମାନଙ୍କର ବଂଶ ଲୋପର ଏକ ପ୍ରମୁଖ କାରଣ ହୋଇଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଆଶଙ୍କ କରିଛନ୍ତି।
ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ତେଣୁ ବନବିଭାଗ ମହାରାଷ୍ଟ୍ରରୁ ମହାବଳ ଆଣି ଏଠାରେ ଛାଡ଼ିବାକୁ ଯୋଜନା କରିଥିଲେ। ଏଥିପାଇଁ ଏନଟିସିଏର ଅନୁମତି ଲୋଡା ଯାଇଥିଲା। ବାଘ ବଂଶ ବୃଦ୍ଧି ପାଇଁ ଶିମିଳିପାଳ ପ୍ରକୃଷ୍ଠ ସ୍ଥାନ ବୋଲି ଏନଟିସିଏ ପକ୍ଷରୁ ଏକ ପ୍ରକାର ସ୍ପଷ୍ଟ କରାଯାଇଛି।