Hindi News >>Home >>Odisha State

Odisha News: ବାପାଙ୍କୁ ମାଡ଼ ମାରି ପୁଅକୁ ଅପହରଣ, ମୁକ୍ତି ପାଇଁ ମାଗିଲେ ୫ ଲକ୍ଷ ଟଙ୍କା

କେନ୍ଦୁଝର: ବାପା କୁ ମାଡ ମାରି ପୁଅ କୁ ଅପହରଣ ଅଭିଯୋଗ। ଘଟଣା ପଛରେ ଟଙ୍କା କାରବାର। ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ପନ୍ଦାଡୋ ଅଞ୍ଚଳରେ। ପନ୍ଦାଡୋ ଗାଁ ର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ। ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାରରେ ଅପହୃତ ସ

Advertisement
Odisha News: ବାପାଙ୍କୁ ମାଡ଼ ମାରି ପୁଅକୁ ଅପହରଣ, ମୁକ୍ତି ପାଇଁ ମାଗିଲେ ୫ ଲକ୍ଷ ଟଙ୍କା
Abhaya mohanty|Updated: Jul 20, 2024, 11:05 PM IST
Share

Odisha News: କେନ୍ଦୁଝର: ବାପା କୁ ମାଡ ମାରି ପୁଅ କୁ ଅପହରଣ ଅଭିଯୋଗ। ଘଟଣା ପଛରେ ଟଙ୍କା କାରବାର। ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ପନ୍ଦାଡୋ ଅଞ୍ଚଳରେ। ପନ୍ଦାଡୋ ଗାଁ ର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ। ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାରରେ ଅପହୃତ ସନାତନ ନାୟକ ପୂର୍ବରୁ ଜେଲରେ ତିନିମାସ ରହି ବେଲରେ ଆସିଥିଲେ। 

ଆଜି ଥିଲା ଉକ୍ତ କେସର ତାରିଖ। କୋର୍ଟରେ ତାରିଖ ସାରି ଉଭୟ ବାପ ପୁଅ ଘରକୁ ଫେରୁଥିବା ସମୟରେ ହାଟଡିହି ବ୍ଲକ୍ ନାହାଳିଆ ପୋଲ ନିକଟରେ ଜଗି ରହିଥିବା କିଛି ଦୁର୍ବୃତ୍ତ ଉଭୟ ବାପ ପୁଅଙ୍କୁ ମାଡ ମାରି ବାପା ନରେନ୍ଦ୍ର ଙ୍କୁ ଅଚେତ ଅବସ୍ଥାରେ ପକାଇଦେଇ ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ତେବେ ସୁକୁମାର ପଳାତ ଙ୍କ ଇଙ୍ଗିତରେ ଏଭଳି କାଣ୍ଡ ହୋଇଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି। ଅପହରଣ ପରେ ଘରଲୋକ ଙ୍କୁ ଫୋନ୍ କରି ୫ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହରଣକାରୀ। ଅନ୍ଯପଟେ ଗୁରୁତର ଅବସ୍ଥାରେ ବାପା ନରେନ୍ଦ୍ର ଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More
{}{}