Home >>Odisha State

Subhadra Scheme 2025: ସୁଭଦ୍ରା ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ସୁବିଧା ଯୋଗାଇଦେବେ ସରକାର

ଭୁବନେଶ୍ୱର: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ସେବା ବ୍ୟବସ୍ଥା କରିଛନ୍ତି ସରକାର। ଯେଉଁ ଆବେଦନକାରୀଙ୍କ ଏନପିସିଆଇ ଫେଲ ହେଉଛି, ସେମାନେ ଆଜି ଓ ଆସନ୍ତାକାଲି ଅର୍ଥାତ ୨୯ ଓ ୩୦ ତାରିଖରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାର ଲାଭ ଉଠାଇପାରିବେ। ଯେଉଁମାନେ ସୁଭଦ୍ରା ଯୋଜନାର ଏନପିସିଆଇ ସମ୍ପର୍କିତ କଲ ପାଇଛନ୍ତି ସେଇମାନେ ହିଁ ଏ

Advertisement
Subhadra Scheme 2025: ସୁଭଦ୍ରା ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ସୁବିଧା ଯୋଗାଇଦେବେ ସରକାର
Prabhudatta Moharana|Updated: Jan 29, 2025, 08:03 AM IST
Share

Subhadra Scheme 2025: ଭୁବନେଶ୍ୱର: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ସେବା ବ୍ୟବସ୍ଥା କରିଛନ୍ତି ସରକାର। ଯେଉଁ ଆବେଦନକାରୀଙ୍କ ଏନପିସିଆଇ ଫେଲ ହେଉଛି, ସେମାନେ ଆଜି ଓ ଆସନ୍ତାକାଲି ଅର୍ଥାତ ୨୯ ଓ ୩୦ ତାରିଖରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାର ଲାଭ ଉଠାଇପାରିବେ। ଯେଉଁମାନେ ସୁଭଦ୍ରା ଯୋଜନାର ଏନପିସିଆଇ ସମ୍ପର୍କିତ କଲ ପାଇଛନ୍ତି ସେଇମାନେ ହିଁ ଏହାର ଲାଭ ନେଇପାରିବେ। ଯେଉଁମାନଙ୍କୁ ବ୍ୟାଙ୍କରୁ କଲ କିମ୍ବା ମେସେଜ ଆସିଛି ସେମାନେ ବ୍ୟାଙ୍କକୁ ଯାଇ ସେମାନଙ୍କର ଏନପିସିଆଇକୁ ପୁନର୍ବାର ଆକ୍ଟିଭ ବା ସକ୍ରି କରିବା ଲାଗି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

ଶ୍ରୀମତୀ ପରିଡା କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସୁଭଦ୍ରାରେ ୧ କୋଟି ୭ ଲକ୍ଷ ୨୩ ହଜାର ୨୯୪ ଜଣ ପଞ୍ଜିକରଣ କରିଛନ୍ତି। ତହିଁରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ ସହାୟତା ଦିଆଯାଇଛି। ୩ ଲକ୍ଷ ୩୧ ହଜାର ୧୮୮ ଜଣଙ୍କ ଏନପିସିଆଇ ଫେଲ ହୋଇଛି। ଏମାନେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ଚତୁର୍ଥ ପର୍ଯ୍ୟାୟ କିସ୍ତି ଦିଆଯିବା ପୂର୍ବରୁ ସେମାନଙ୍କୁ ଶେଷ ସୁଯୋଗ ଦେବାକୁ ସରକାର ଚାହୁଁଛନ୍ତି। ଗତକାଲି ବ୍ୟାଙ୍କର୍ସମାନଙ୍କ ସହ ସରକାରଙ୍କ ଆଲୋଚନା ହୋଇଥିଲା। ଜାନୁଆରୀ ୨୯ ଓ ୩୦ ତାରିଖରେ ସ୍ୱତନ୍ତ୍ର ଭାବେ ସୁଭଦ୍ରା ଏନପିସିଆଇ ଫେଲ ହୋଇଥିବା ହିତାଧିକାରୀଙ୍କ ଡ୍ରାଇଭ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହାୟତା ପାଇଁ ମିଶନ ଶକ୍ତିର ବ୍ୟାଙ୍କ ମିତ୍ରମାନେ ବ୍ୟାଙ୍କରେ ଉପସ୍ଥିତ ରହିବେ। 

ସେହିପରି ୧ ଲକ୍ଷ ୫୫ ହଜାର ୧୫୮ ଜଣ ଆବେଦନକାରୀ ନିଜର ଇ-କେୱାଇସି କରିନାହାନ୍ତି। ତେଣୁ ବାୟୋମେଟ୍ରିକ ଯାଞ୍ଚ ସହ ଏନପିସିଆଇ ଫେଲ ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କକୁ ଯିବାକୁ ହେବ। ଯେଉଁମାନେ ଇକେୱାଇସି କରିବେ ସେମାନଙ୍କୁ ସହାୟତା ରାଶି ମିଳିବ। ସେହିପରି ଯୋଜନାରୁ ୩୧ ହଜାର ୬୯୨ ଅପଟଆଉଟ ହୋଇଯାଇଥିଲେ, ତହିଁରୁ ୧୭ ହଜାର ୪୪୮ ଜଣ ଅପଟଇନ ହୋଇଥିବା ଶ୍ରୀମତୀ ପରିଡା ସୂଚନା ଦେଇଚନ୍ତି। ଅପରପକ୍ଷରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି। 

Read More
{}{}