Home >>Odisha State

ସଂସଦରେ ହେବ 'ଅପରେସନ ସିନ୍ଦୁର' ସ୍ବତନ୍ତ୍ର ଆଲୋଚନା

'ଅପରେସନ ସିନ୍ଦୁର'କୁ ନେଇ ଲୋକସଭାରେ ୧୬ ଓ ରାଜ୍ୟସଭାରେ ୧୬ ଘଣ୍ଟାର ଆଲୋଚନା ହେବ । ଆସନ୍ତା ସପ୍ତାହରେ ଆଲୋଚନା ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisement
ସଂସଦରେ ହେବ 'ଅପରେସନ ସିନ୍ଦୁର' ସ୍ବତନ୍ତ୍ର ଆଲୋଚନା
Soubhagya Ranjan Mishra|Updated: Jul 25, 2025, 05:05 PM IST
Share

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୁର'କୁ ନେଇ ସଂସଦରେ ୩୨ ଘଣ୍ଟାର ସ୍ବତନ୍ତ୍ର ଆଲୋଚନା କରାଯିବ । ଲୋକସଭାରେ ୧୬ ଓ ରାଜ୍ୟସଭାରେ ୧୬ ଘଣ୍ଟାର ଆଲୋଚନା ହେବ । ଆସନ୍ତା ସପ୍ତାହରେ ଆଲୋଚନା ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଜୁଲାଇ ୨୮ ତାରିଖରେ ଲୋକସଭାରେ  'ଅପରେସନ ସିନ୍ଦୁର' ବିଷୟରେ ଆଲୋଚନା ଆରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୃହ ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଆଲୋଚନାରେ ସାମିଲ୍ ହେବେ । ୨୯ ତାରିଖରେ ରାଜ୍ୟସଭାରେ ବି ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଆଲୋଚନା କରିପାରନ୍ତି । ଉଭୟ ଗୃହରେ ଆଲୋଚନାରେ ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Also Read- ଉପକୂଳ ମୁହାଁ ହେବ ଅବପାତ, ଜିଲ୍ଲାପାଳଙ୍କୁ SRCଙ୍କ ଚିଠି, ମତ୍ସ୍ୟଜୀବୀଙ୍କୁ ବାରଣ

Also Read- Shani Gochar 2025: ଶ୍ରାବଣରେ ୩ ରାଶିରେ ବର୍ଷିବ ଶନିଦେବଙ୍କ କୃପା, ମିଳିବ ଧନ

Read More
{}{}