Home >>Odisha State

Parikrama Prakalpa: ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଉତ୍ସବ ମୁଖର ବଡ଼ଦାଣ୍ଡ..

Parikrama Prakalpa: ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ।ପୌଷମାସ ଶୁକ୍ଳପକ୍ଷ ପଞ୍ଚମୀରେ ଆରମ୍ଭ ହୋଇଥିବା ଯଜ୍ଞ ପୌଷମାସ ଶୁକ୍ଳପକ୍ଷ ସପ୍ତମୀରେ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ କରାଯିବ। ଗତ କାଲି ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରର ଐଶାନ୍ୟ କୋଣର ଯଜ୍ଞ ବେଦୀରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଯଜ୍ଞ ହୋଇଛି। ସୂର୍ଯ୍ୟପୂଜା, ଅଖଣ୍ଡଦୀପ ସ୍ଥାପନ, ପଞ୍ଛକର୍ମ, ମଣ୍ଡଳ ପୂଜନ ଆଦି ସହ ଚାରିଦ୍ବାରରେ ବେଦପାଠ ପାରାୟଣ ଓ ସଂକୀର୍ତ୍ତନ ଆଦି ବେଶ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଯାଇଛି। ପୂର୍ବ ଦ୍ବାରରେ ରୁକ୍ ବେଦ, ଦକ୍ଷିଣ ଦ୍ବାରରେ ଯଜ୍ଜୁବେଦ, ପଶ୍ଚିମଦ୍ବାରରେ ସାମ ବେଦ ଓ ଉତ୍ତର ଦ୍ବାରରେ ଅଥର୍ବ ବେଦ ପାଠ ଓ ପାରାୟଣ କରାଯାଉଛି।

Advertisement
Parikrama Prakalpa: ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଉତ୍ସବ ମୁଖର ବଡ଼ଦାଣ୍ଡ..
Zee Odisha Desk|Updated: Jan 16, 2024, 07:48 AM IST
Share

Parikrama Prakalpa: ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ।ପୌଷମାସ ଶୁକ୍ଳପକ୍ଷ ପଞ୍ଚମୀରେ ଆରମ୍ଭ ହୋଇଥିବା ଯଜ୍ଞ ପୌଷମାସ ଶୁକ୍ଳପକ୍ଷ ସପ୍ତମୀରେ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ କରାଯିବ। ଗତ କାଲି ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରର ଐଶାନ୍ୟ କୋଣର ଯଜ୍ଞ ବେଦୀରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଯଜ୍ଞ ହୋଇଛି। ସୂର୍ଯ୍ୟପୂଜା, ଅଖଣ୍ଡଦୀପ ସ୍ଥାପନ, ପଞ୍ଛକର୍ମ, ମଣ୍ଡଳ ପୂଜନ ଆଦି ସହ ଚାରିଦ୍ବାରରେ ବେଦପାଠ ପାରାୟଣ ଓ ସଂକୀର୍ତ୍ତନ ଆଦି ବେଶ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଯାଇଛି। ପୂର୍ବ ଦ୍ବାରରେ ରୁକ୍ ବେଦ, ଦକ୍ଷିଣ ଦ୍ବାରରେ ଯଜ୍ଜୁବେଦ, ପଶ୍ଚିମଦ୍ବାରରେ ସାମ ବେଦ ଓ ଉତ୍ତର ଦ୍ବାରରେ ଅଥର୍ବ ବେଦ ପାଠ ଓ ପାରାୟଣ କରାଯାଉଛି। ସେପଟେ ରାଜ୍ୟର ବିଭିନ୍ନ ମନ୍ଦିର ପୂଜକ ଓ ଟ୍ରଷ୍ଟ ବୋଡ ସଦସ୍ୟ, ବିଦେଶରୁ ଅନେକ ଜଗନ୍ନାଥ ପ୍ରେମୀ ଭକ୍ତ, ନେପାଳ ପଶୁପତିନାଥ ମନ୍ଦିରର ପୂଜକ ଓ ବିଭିନ୍ନ ମନ୍ଦିରର ପ୍ରତିନିଧି ମାନେ ଯୋଗଦାନ କରିବେ

 ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସେଥିପାଇଁ ସୁରକ୍ଷା, ଗମନା ଗମନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ।ଶ୍ରୀ ସେତୁ ସହ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର୍,ଶ୍ରୀ ମାର୍ଗର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଲୋକାର୍ପଣ ଉତ୍ସବ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ୮୦ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ।ଅତିଥି ଓ ଭକ୍ତଙ୍କ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପୋଲିସ ଡିଜି କହିଛନ୍ତି।

ସେପଟେ ଆସନ୍ତା କାଲି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଏହାର ଲୋକାର୍ପଣ। ଏହା ପୂର୍ବରୁ ଗତ କାଲି ନୀଳାଦ୍ରି ଭକ୍ତନିବାସରେ ଶ୍ରୀମନ୍ଦିର ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରକଳ୍ପ ଉଦଘାଟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି 5t ଅଧକ୍ଷ ଭି.କେ ପାଣ୍ଡିଆନ୍। ପ୍ରକଳ୍ପ ଉଦଘାଟନ ପାଇଁ 5t ଅଧକ୍ଷ ସମସ୍ତଙ୍କ ସହଯୋଗ କାମନା କରିଥିବା କହିଛନ୍ତି। ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସମସ୍ତ ନିଯୋଗର ସେବାୟତ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Also Read: ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Read More
{}{}