Home >>Odisha State

Ratnabhandar: ଶେଷ ହେଲା ଭିତର ଭଣ୍ଡାରରେ ଭାରା ବନ୍ଧା କାର୍ଯ୍ୟ, ଆଜି ବନ୍ଦ୍ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

Ratnabhandar: ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ରହିଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ। ପରଦିନ ଠାରୁ ପୁଣିଥରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ପ୍ରାଥମିକ ଭାବରେ ଚୂନ ପ୍ଲାଷ୍ଟର କୁ ହଟାଯିବ।ପରେ ଫାଟ ଥିବା ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ କରାଯିବ। ନୀଳଗିରି ରୁ ଆସୁଥିବା ଉନ୍ନତ ମାନର ପଥରରେ କରାଯିବ ମରାମତି କାର୍ଯ୍ୟ।

Advertisement
Ratnabhandar: ଶେଷ ହେଲା ଭିତର ଭଣ୍ଡାରରେ ଭାରା ବନ୍ଧା କାର୍ଯ୍ୟ, ଆଜି ବନ୍ଦ୍ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
Priyambada Rana|Updated: Dec 19, 2024, 06:30 AM IST
Share
Ratnabhandar: ରତ୍ନଭଣ୍ଡାର ମରାମତି କାର୍ଯ୍ୟର ପ୍ରଥମ ଦିନରେ ଶେଷ ହେଲା ଭିତର ଭଣ୍ଡାରରେ ଭାରା ବନ୍ଧା କାର୍ଯ୍ୟ। ପରୀକ୍ଷା ମୂଳକ ଭାବେ ଡିପ୍ଲାଷ୍ଟରିଂ କାର୍ଯ୍ୟ ଆରମ୍ଭ କରାଯାଇଛି। ମରାମତି କାର୍ଯ୍ୟ କରିବା ପାଇଁ ଗୋଟିଏ ପାର୍ଶ୍ୱରେ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି। ଭିତର ଭଣ୍ଡାରରେ ବନ୍ଧା ଯାଇଛି ଭାରା। ଭାରା ବ୍ୟବହାର କରି କାନ୍ଥ ଛାତ ଓ ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ସ୍ ବା ଫାଟ ମରାମତି କାମ କରିବେ ଏ ଏସ ଆଇ(ASI) ଦ୍ଵାରା ନିଯୁକ୍ତ କୁଶଳୀ କାରିଗର। ଗୋଟିଏ ଗୋଟିଏ ପାର୍ଶ୍ୱରେ ଭାରା ବାନ୍ଧି ଚୂନ ଛଡ଼ାଇବା ଓ ମାରମତି କାର୍ଯ୍ୟ କରିବ ଏ ଏସ ଆଇ। 
 
ବୁଧବାର ପରୀକ୍ଷା ମୂଳକ ଭାବରେ ଗୋଟିଏ ପାର୍ଶ୍ୱରେ କିଛି ଅଂଶରେ ଚୂନ ଛଡାଯାଇଛି। ପରେ ସମସ୍ତ ଚୂନ ପ୍ଲାଷ୍ଟର ହଟାଯିବ। ଗୁରୁବାର ଅର୍ଥାତ୍ ଆଜି ବନ୍ଦ୍ ରହିବ ମରାମତି କାର୍ଯ୍ୟ। ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ରହିଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ। ପରଦିନ ଠାରୁ ପୁଣିଥରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ପ୍ରାଥମିକ ଭାବରେ ଚୂନ ପ୍ଲାଷ୍ଟର କୁ ହଟାଯିବ।ପରେ ଫାଟ ଥିବା ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ କରାଯିବ। ନୀଳଗିରି ରୁ ଆସୁଥିବା ଉନ୍ନତ ମାନର ପଥରରେ କରାଯିବ ମରାମତି କାର୍ଯ୍ୟ।
Read More
{}{}