Home >>Odisha State

Odisha News: ଆଗତ ହେଲା ରାଜ୍ୟ ବଜେଟ, ଶିକ୍ଷା ବିଭାଗକୁ ଗୁରୁତ୍ତ୍ୱ

ଆଜି ଅପରାହ୍ଣରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବଜେଟ ଉପସ୍ଥାପନ ସମୟରେ ସରକାରଙ୍କ ସଫଳତା ସମ୍ପର୍କରେ କହିଥିଲେ ଅର୍ଥମନ୍ତ୍ରୀ। ଏହା ସହିତ ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ ରହିଥିବା ନେଇ ଅର୍ଥମନ୍

Advertisement
Odisha News: ଆଗତ ହେଲା ରାଜ୍ୟ ବଜେଟ, ଶିକ୍ଷା ବିଭାଗକୁ ଗୁରୁତ୍ତ୍ୱ
Zee Odisha Desk|Updated: Feb 08, 2024, 06:47 PM IST
Share

ଭୁବନେଶ୍ୱର: ଆଜି ଅପରାହ୍ଣରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବଜେଟ ଉପସ୍ଥାପନ ସମୟରେ ସରକାରଙ୍କ ସଫଳତା ସମ୍ପର୍କରେ କହିଥିଲେ ଅର୍ଥମନ୍ତ୍ରୀ। ଏହା ସହିତ ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ ରହିଥିବା ନେଇ ଅର୍ଥମନ୍ତ୍ରୀ ଦାବି କରିଥିଲେ। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରିଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ। ତେବେ ଚଳିତ ବର୍ଷ ୨୫୫୦୦୦ କୋଟି ଟଙ୍କାର ଲେଖାନୁଦାନ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। 

ଏହି ଜନକଲ୍ୟାଣ ବଜେଟରେ ବିଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ଷୋଡ଼ଷ ବିଧାନସଭାର ଏହା ଥିଲା ଶେଷ ବଜେଟ। ଆଉ କିଛି ମାସ ପରେ ଏହି ବିଧାନସଭାର ଅବଧି ଶେଷ ହେବ। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ପରମ୍ପରା କ୍ରମେ ନୂଆ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିବେ। ଫଳରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଲେଖାନୁଦାନ ବଜେଟ ଆଗତ କରିଛନ୍ତି। 

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ୧୧୮୦୦୦ କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ମୋଟ ବାର୍ଷିକ ବ୍ୟୟ ଅଟକଳ ୧୦୦ ପ୍ରତିଶତ, ପୁଞ୍ଜି ବ୍ୟୟ ୫୦ ପ୍ରତିଶତ ଏବଂ ଅନ୍ୟାନ୍ୟ ଖର୍ଚ୍ଚ୍ ବାବଦକୁ ବ୍ୟୟ ଅଟକଳ ୪୦ ପ୍ରତିଶତ ଅନ୍ତର୍ଭୁକ୍ତ କରାଯାଇଛି। 

Read More
{}{}