Hindi News >>Home >>Odisha State

ସରକାରୀ ମହିଳା କର୍ମଚାରୀଙ୍କ ଛୁଟି ବଢିଲା

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

Advertisement
ସରକାରୀ ମହିଳା କର୍ମଚାରୀଙ୍କ ଛୁଟି ବଢିଲା
Soubhagya Ranjan Mishra|Updated: Oct 22, 2024, 10:01 PM IST
Share

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି ( Special CL) ସହିତ ପାଇ  ପାରିବେ।

ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରି ପାରିବେ। ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ, ଏହି ଅତିରିକ୍ତ ସାମୟିକ ଛୁଟି ପୂର୍ବରୁ ୧୦ ଦିନ ପାଇଁ ମିଳୁଥିଲା।

Also Read- ବାତ୍ୟା ଗତିପଥ ନେଇ ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା

Also Read- Family Horoscope: ବୁଧବାର ଦିନ ଏହି ବ୍ୟକ୍ତିଙ୍କ ପରିବାରକୁ ଆସିବ ଖୁସି

Read More
{}{}