Hindi News >>Home >>Odisha State

Odisha News: ତିନୋଟି ଜିଲ୍ଲା ପାଇଁ ୫ ହଜାର ୩୦ କୋଟି ମଞ୍ଜୁର

Odisha News: (ନିରଜ୍ ଶତପଥୀ) ଗୋଟିଏ ଦିନରେ ୩ ଟି ଜିଲ୍ଲା। ମାଲକାନଗିରି ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରି ବିମାନ ଅବତରଣ କେନ୍ଦ୍ରର ଲୋକାର୍ପଣ କରିଥିଲେ। ଏହା ଦ୍ବାରା ଆକାଶ ମାର୍ଗ ରୁ ମାଲକାନଗିରି ଯୋଡ଼ି ହୋଇ ପାରିଛି। ଏହି ଲୋକାର୍ପଣ ଉତ୍ସବ ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନ କାମ ପାଇଁ ୪ ହଜାର ୧୮୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ନେଇ ୫ଟି ଅଧକ୍ଷ ଭି କେ ପାଣ୍ଡିଆନ ସୂଚନା ଦେଇଥିଲେ। 

Advertisement
Odisha News: ତିନୋଟି ଜିଲ୍ଲା ପାଇଁ ୫ ହଜାର ୩୦ କୋଟି ମଞ୍ଜୁର
Zee Odisha Desk|Updated: Jan 09, 2024, 07:11 PM IST
Share

Odisha News: (ନିରଜ୍ ଶତପଥୀ) ଗୋଟିଏ ଦିନରେ ୩ ଟି ଜିଲ୍ଲା। ମାଲକାନଗିରି ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରି ବିମାନ ଅବତରଣ କେନ୍ଦ୍ରର ଲୋକାର୍ପଣ କରିଥିଲେ। ଏହା ଦ୍ବାରା ଆକାଶ ମାର୍ଗ ରୁ ମାଲକାନଗିରି ଯୋଡ଼ି ହୋଇ ପାରିଛି। ଏହି ଲୋକାର୍ପଣ ଉତ୍ସବ ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନ କାମ ପାଇଁ ୪ ହଜାର ୧୮୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ନେଇ ୫ଟି ଅଧକ୍ଷ ଭି କେ ପାଣ୍ଡିଆନ ସୂଚନା ଦେଇଥିଲେ। ସେଥି ମଧ୍ୟରେ ସପ୍ତଧାରା ନଦୀ ର ଗୋବିନ୍ଦପାଲି ନିକଟରେ ଜଳ ସେଚନ ପ୍ରକଳ୍ପ ଅନ୍ୟତମ।

ଏହା ପରେ ୫ ଟି ଅଧକ୍ଷ ବି କେ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲାର ରାଇଘର ଗସ୍ତ କରିଥିଲେ। ସେଠାରେ ଆୟୋଜିତ ସଭାରେ ବି ଏସ କେ ୱାଈ ଯୋଜନାର ଲାଭ ଯେଉଁ ମାନେ ପାଇ ନାହାନ୍ତି ସେମାନେ BSKY NABIN ଯୋଜନାର ଲାଭ ଉଠାଇବା ପାଇଁ କହିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ଧର୍ମସ୍ଥଳି ଓ ଉନ୍ନୟନ କାମ ପାଇଁ ମୁଖ୍ୟମନ୍ତ୍ରୀ ୪୫୦ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ଦେଇଥିଲେ।ଏହାପରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଗସ୍ତ କରିଥିଲେ ଭି କେ ପାଣ୍ଡିଆନ। ଲକ୍ଷ୍ମୀପୁର ଠାରେ ଆୟୋଜିତ ସଭାରେ ଯୋଗ ଦେଇ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ପରେ ମଞ୍ଚ ଉପରକୁ ଯାଇ ପ୍ରଥମେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ରେ ଦୁଇଟି ସରକାରୀ ଡିଗ୍ରୀ କଲେଜ୍ ଚଳିତ ବର୍ଷ ଠାରୁ ଖୋଲିବା ନେଇ ଘୋଷଣା କରିଥିଲେ। ଚଳିତ ବର୍ଷ ନାମ ଲେଖା ଆରମ୍ଭ ହେବ ବୋଲି କହିଥିଲେ।

ସେହିପରି ନାରାୟଣପାଟଣା ବ୍ଲକ ରେ ଝଂଜାବତି ବ୍ୟାରେଜ୍ ନିର୍ମାଣ ପାଇଁ ୧୦୦ କୋଟି ମଞ୍ଜୁର ହୋଇଥିବା ନେଇ ସୂଚନା ଦେବା ସହ ରାଧାକୃଷ୍ଣ ହାଏର ସେକେଣ୍ଡାରୀ ବିଦ୍ୟାଳୟ ପାଇଁ ୫୦ କୋଟି, ଜଗନ୍ନାଥ ମନ୍ଦିର ପାଇଁ ୪ କୋଟି, ବନ୍ଧୁଗାଁ ରେ ଥିବା ଅଗ୍ନି ଗଙ୍ଗମ୍ମା ମନ୍ଦିର ପାଇଁ ୧ କୋଟି, ଦଶମନ୍ତପୁର ବ୍ଲକ ର ପୋଡାଜଳୀ ରାସ୍ତା ଉପରେ ସେତୁ ନିର୍ମାଣ ପାଇଁ ୧୨ କୋଟି ୫୦ ଲକ୍ଷ, ଗିର୍ଲିଗୁମ୍ମା ପଞ୍ଚାୟତ ରେ ଏକ ହାଇ ଲେବେଲ ବ୍ରିଜ ପାଇଁ ୨୮ କୋଟି, ଡିଗ୍ରୀ କଲେଜ ପାଇଁ ୧ କୋଟି ସମେତ ଜିଲ୍ଲାର ଗୁପ୍ତେଶ୍ୱର ମନ୍ଦିର ପାଇଁ ୨୦ କୋଟି, କଣ୍ଡାଯୋଡ଼ି ରାସ୍ତାରେ ସେତୁ ପାଇଁ ୨୦ କୋଟି ଏହିପରି କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ଧର୍ମାନୁଷ୍ଠାନ ପାଇଁ ମୋଟ ୪୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସୂଚନା ଦେଇଥିଲେ। କେବଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ୧୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଖୁବ୍ ଶୀଘ୍ର ଭତ୍ତା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ୫ଟି ଅଧକ୍ଷ ଭି କେ ପାଣ୍ଡିଆନ କହିଥିଲେ। ଏହିପରି ଭାବରେ ଗୋଟିଏ ଦିନରେ ୩ ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୫ ହଜାର ୩୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି।

Also Read: Malkangiri Airport Inauguration: ଉଦଘାଟିତ ହେଲା ମାଲକାନଗିରି ବିମାନ ବନ୍ଦର; ଡିଜିସିଏ ଅନୁମତି ପରେ ଆରମ୍ଭ ଯାତ୍ରୀସେବା

Read More
{}{}