Hindi News >>Home >>Odisha State

ରାଜ୍ୟରେ ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ JSW, ପ୍ରତିଷ୍ଠା ହେବ EV

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଇଲେକ୍ଟ୍ରିକ ଭେହିକିଲ ଓ ବ୍ୟାଟେର କମ୍ପାନୀ। ଇଭି ଓ ବ୍ୟାଟେରି ପ୍ରସ୍ତୁତ କରିବ JSW। ଏନେଇ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜେଏସଡବ୍ଲ୍ୟୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ସେପଟେ ଅଟୋମୋବାଇଲ କ୍ଷେତ୍ରରେ ପ୍ରଥମ ଥର ପାଇଁ ପାଦ ଥାପିବାକୁ ଯାଉଛି ଜେଏସଡବ୍ଲ୍ୟୁ। ଓଡ଼ିଶା ଶ

Advertisement
ରାଜ୍ୟରେ ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ JSW, ପ୍ରତିଷ୍ଠା ହେବ EV
Zee Odisha Desk|Updated: Feb 10, 2024, 04:02 PM IST
Share

JSW: ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଇଲେକ୍ଟ୍ରିକ ଭେହିକିଲ ଓ ବ୍ୟାଟେର କମ୍ପାନୀ। ଇଭି ଓ ବ୍ୟାଟେରି ପ୍ରସ୍ତୁତ କରିବ JSW। ଏନେଇ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜେଏସଡବ୍ଲ୍ୟୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ସେପଟେ ଅଟୋମୋବାଇଲ କ୍ଷେତ୍ରରେ ପ୍ରଥମ ଥର ପାଇଁ ପାଦ ଥାପିବାକୁ ଯାଉଛି ଜେଏସଡବ୍ଲ୍ୟୁ। ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବାବେଳେ ଜେଏସଡବ୍ଲୁ କଟକ ନରାଜରେ ପ୍ରତିଷ୍ଠା କରିବ ଏହି ଶିଳ୍ପ। ରାଜ୍ୟରେ ଉତ୍ପାଦନ ହେବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ। ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ। 

ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବାକୁ ଯୋଜନା କରିଛି କମ୍ପାନୀ। ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ପ୍ରସ୍ତୁତକାରୀ ୟୁନିଟ ପ୍ରତିଷ୍ଠା ହେବ। ଇଭି ପାଇଁ ନରାଜଠାରେ କମ୍ପାନୀକୁ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି। ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ଯାଟେରୀ ନିର୍ମାଣ କରିବ। ବ୍ଯାଟେରୀ ପାଇିଁ କମ୍ପାନୀ ଚିଲିରୁ କପର ଆଣିବ। ଅଷ୍ଟ୍ରେଲିଆରୁ ଆଣିବ ଲିଥିଅମ। ବ୍ଯାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ କମ୍ପାନୀ। ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ। ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି। ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି। ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି।

Read More
{}{}