Hindi News >>Home >>Odisha State

Odisha News: ବିପର୍ଯ୍ୟୟ ମୁକାବିଲା ସହାୟତା ପାଇଁ ରିଲାଏନ୍ସ ସହ ହାତ ମିଳାଇବେ ରାଜ୍ୟ ସରକାର

Odisha News: ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି, “ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଆମେ ସାମୁହିକ ଭାବରେ କାର୍ଯ୍ୟ କରୁଛୁ  । ଆମେ ପରାମର୍ଶ ଏବଂ ପ୍ରଯୁକ୍ତିଗତ ସହାୟତା ନିମନ୍ତେ ଜାତିସଂଘ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଅନ୍ୟ ସହଭାଗୀଙ୍କ ସହିତ କାର୍ଯ୍ୟ କରିବୁ। ବିପର୍ଯ୍ୟୟର ଆଗୁଆ ସତର୍କ ସୂଚନାରେ ଅଧିକ ସଠିକତା ଆଣିବା ନିମନ୍ତେ ସୂଚନା ବିଶ୍ଳେଷଣ ସହିତ ବିପର୍ଯ୍ୟୟ ପୂର୍ବାନୁମାନକୁ ସମନ୍ୱିତ କରିବାର ଉପାୟ ନିର୍ଦ୍ଧାରଣ ନିମନ୍ତେ ଆମେ ମିଳିତ ଭାବରେ କାର୍ଯ୍ୟ କରୁଥିବା ସଂଗଠନଗୁଡିକୁ ଅନୁରୋଧ କରୁଛୁ’ ବୋଲି ସେ କହିଛନ୍ତି। 

Advertisement
Odisha News: ବିପର୍ଯ୍ୟୟ ମୁକାବିଲା ସହାୟତା ପାଇଁ ରିଲାଏନ୍ସ ସହ ହାତ ମିଳାଇବେ ରାଜ୍ୟ ସରକାର
Priyambada Rana|Updated: Nov 20, 2024, 05:40 PM IST
Share
ଭୁବନେଶ୍ୱର:  ବନ୍ୟା, ବାତ୍ୟା, ମରୁଡ଼ି, ବର୍ଷା ବିତ୍ପାତ ଭଳି ଅନେକ ବିପର୍ଯ୍ୟୟକୁ ପ୍ରାୟ ପ୍ରତିବର୍ଷ ଓଡ଼ିଶା ସମ୍ମୁଖୀନ ହୋଇଥାଏ। ଏଥିନେଇ ପ୍ରାକ୍‍ ସୂଚନା ଲୋକଙ୍କ ପାଖରେ ପହଞ୍ଚିପାରିଲେ କ୍ଷୟକ୍ଷତି ପରିମାଣକୁ ହ୍ରାସ କରାଯାଇପାରେ। ଏହି ଆପ୍ତବାକ୍ୟକୁ ମର୍ମ ଭାବେ ଗ୍ରହଣ କରି ଓଡ଼ିଶା ସରକାର ପରାମର୍ଶ ଓ ପ୍ରଯୁକ୍ତିଗତ ସହାୟତା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ୍‍ ଓ ଜାତିସଂଘର ସହାୟତା ନେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।  
 
ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି, “ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଆମେ ସାମୁହିକ ଭାବରେ କାର୍ଯ୍ୟ କରୁଛୁ  । ଆମେ ପରାମର୍ଶ ଏବଂ ପ୍ରଯୁକ୍ତିଗତ ସହାୟତା ନିମନ୍ତେ ଜାତିସଂଘ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଅନ୍ୟ ସହଭାଗୀଙ୍କ ସହିତ କାର୍ଯ୍ୟ କରିବୁ। ବିପର୍ଯ୍ୟୟର ଆଗୁଆ ସତର୍କ ସୂଚନାରେ ଅଧିକ ସଠିକତା ଆଣିବା ନିମନ୍ତେ ସୂଚନା ବିଶ୍ଳେଷଣ ସହିତ ବିପର୍ଯ୍ୟୟ ପୂର୍ବାନୁମାନକୁ ସମନ୍ୱିତ କରିବାର ଉପାୟ ନିର୍ଦ୍ଧାରଣ ନିମନ୍ତେ ଆମେ ମିଳିତ ଭାବରେ କାର୍ଯ୍ୟ କରୁଥିବା ସଂଗଠନଗୁଡିକୁ ଅନୁରୋଧ କରୁଛୁ’ ବୋଲି ସେ କହିଛନ୍ତି। 
 
“ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାବେଳେ ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା ସୁଦୃଢ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଧିକ ଫଳପ୍ରଦ ଭାବରେ ସ୍ଥାନୀୟ ସ୍ତରରେ ତାହାର କାର୍ଯ୍ୟନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଆମେ ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ମାତ୍ରାଧିକ ବିପର୍ଯ୍ୟୟ ପରିସ୍ଥିତିରେ ଜନସାଧାରଣଙ୍କର ସେବା କରିବା ସମୟରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନର ଜୀବନ ରକ୍ଷାକାରୀ ସାମର୍ଥ୍ୟକୁ ପ୍ରତ୍ୟକ୍ଷ ଭାବେ ଆମେ ଲକ୍ଷ୍ୟ କରିଛୁ। ଦ୍ରୁତ ପ୍ରଗତିଶୀଳ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ଜ୍ଞାନର ବିକାଶ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି। ଆମେ ସଫଳ ପହଞ୍ଚ ଓ ପ୍ରଭାବ ନିମନ୍ତେ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଏବଂ ଉପଯୁକ୍ତ ଆଭିମୁଖ୍ୟ ଜରିଆରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ନବୋନ୍ମେଷୀ ସମାଧାନଗୁଡିକୁ ଆଗେଇ ନେଇଛୁ। ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନସ୍‍ ଇନ ଇଣ୍ଡିଆ କାର୍ଯ୍ୟଳୟ ପକ୍ଷରୁ ଆୟୋଜନ କରାଯାଉଥିବା ସମ୍ମିଳନୀଗୁଡିକ ଜ୍ଞାନକୁ ସ୍ଥାନୀୟସ୍ତରରେ କାର୍ଯ୍ୟାନ୍ୱୟନରେ ରୂପାନ୍ତରିତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ବିବିଧ ସହଭାଗୀମାନଙ୍କ ସହିତ ସମ୍ମିଳିତ ଭାବରେ କାର୍ଯ୍ୟ କରିବା ଲକ୍ଷ୍ୟ ରଖିଛି,” ବୋଲି ରିଲାଏନ୍ସ ଫାଉଣ୍ଡେସନ ସିଇଓ ଜଗନ୍ନାଥ କୁମାର କହିଛନ୍ତି।
Read More
{}{}