Hindi News >>Home >>Odisha State

Odisha News: ୧୨ ଓଏଏସ୍‍ଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ସନ୍ଧ୍ୟାରେ ୧୨ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଭିତରେ ଅଦଳବଦଳ କରିଛନ୍ତି। ଏହିକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପୁରନ୍ଦର ଧାରୁଆଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମହିଳା ଓ ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ରୀନା ମହା

Advertisement
Odisha News: ୧୨ ଓଏଏସ୍‍ଙ୍କୁ ବଦଳି କଲେ ରାଜ୍ୟ ସରକାର
Prabhudatta Moharana|Updated: Nov 28, 2024, 09:54 PM IST
Share

Odisha News: ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ସନ୍ଧ୍ୟାରେ ୧୨ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଭିତରେ ଅଦଳବଦଳ କରିଛନ୍ତି। ଏହିକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପୁରନ୍ଦର ଧାରୁଆଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମହିଳା ଓ ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ରୀନା ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି। 

ସେହିପରି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପାଢ଼ୀଙ୍କୁ ଟିଓ ଓଏସ୍‍ସିଇଆର୍‍ଟିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଅନୁସୂଚିତ ଜାତି ଜନଜାତି ଆର୍ଥିକ ସମବାୟ ଲିମିଟେଡ୍‍ର ସାଧାରଣ ପରିଚାଳକ ଇତିଶ୍ରୀ ଦାଶଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାରଣାଙ୍କୁ ନିଯୁକ୍ତ କରାଯାଇଛି। ସେ ଏହି ସମବାୟ ସଂସ୍ଥାର ସାଧାରଣ ପରିଚାଳକ ହେବେ। ଗୃହ ବିଭାଗର ଅତିରିକ୍ତ ସଚିବ ଥିବା ସୁଚିତ୍ରା ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀରେ ଅତିରିକ୍ତ ଆବାସିକ କମିଶନର ଭାବେ  ନିଯୁକ୍ତି ଦିଆଯାଇଛି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ଲାଗୁରିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ବଦଳି କରାଯାଇଛି। ସେହିପରି କଟକ ରାଜସ୍ୱ ପାର୍ଷଦରେ ଯୁଗ୍ମ ସଚିବ ଥିବା ଦେବାଶୀଷ ପଟ୍ଟନାୟକଙ୍କ ପୂର୍ବ ବଦଳି ଆଦେଶକୁ ଖାରିଜ କରାଯାଇଛି। 

କଟକ ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଡ଼ୁଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ଇଡ୍‍କୋର ଭୂ ଅର୍ଜନ ଅଧିକାରୀ ହେମାବତୀ ପାତ୍ରଙ୍କୁ ପୂର୍ବରୁ ଦେବଗଡ଼ର ଅତିରିକ୍ତ ସବ୍‍କଲେକ୍ଟର ଭାବେ ଦିଆଯାଇଥିବା ବଦଳି ଆଦେଶକୁ ବାତିଲ କରାଯାଇଛି। ସେ ଅନୁସୂଚିତ ଜାତି ଜନଜାତି ବିକାଶ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରିବେ। ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନଙ୍କୁ ରାୟଗଡ଼ା ଜିଲ୍ଲା ଆଇଟିଡିଏର ପ୍ରଶାସକ ଭାବେ ବଦଳି କରାଯାଇଥିବା ବେଳେ ଯାଜପୁର ମେଡିକାଲ କଲେଜ ଓ ହସ୍‍ପିଟାଲ୍‍ର ରେଜିଷ୍ଟ୍ରାର ନିର୍ଲିପ୍ତା ମହାନ୍ତିଙ୍କୁ ବାଲେଶ୍ୱର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

Read More
{}{}