Hindi News >>Home >>Odisha State

ଆସନ୍ତା ଅଗଷ୍ଟ ୭ରୁ ଅନୁଷ୍ଠିତ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ

conference: ନିବେଶକଙ୍କ ସହ ହେବ ୱାନ୍ ଟୁ ୱାନ୍ ଆଲୋଚନା ଓ ଗୋଲ ଟେବୁଲ୍ ବୈଠକ। ତେବେ ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର।

Advertisement
ଆସନ୍ତା ଅଗଷ୍ଟ ୭ରୁ ଅନୁଷ୍ଠିତ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ
Zee Odisha Desk|Updated: Aug 02, 2024, 05:26 PM IST
Share

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୭ତାରିରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ତେବେ ଏହି ସମ୍ମିଳନୀ ପୁନେ ଓ ଅହମ୍ମଦାବାଦରେ ହେବ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ତେବେ ଏହି ସମ୍ମିଳନୀରେ ଯୋଗଦେବେ ଶିଳ୍ପ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ। ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜିତ କରି ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। 

ସୂଚନଯୋଗ୍ୟ, ଏହି ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆଦି ଯୋଗଦେବେ। ନିବେଶକଙ୍କ ସହ ହେବ ୱାନ୍ ଟୁ ୱାନ୍ ଆଲୋଚନା ଓ ଗୋଲ ଟେବୁଲ୍ ବୈଠକ। ତେବେ ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର।

Read More
{}{}