Hindi News >>Home >>Odisha State

ବଢ଼ୁଛି ବନ୍ୟପ୍ରାଣୀ ଅପରାଧ: ୬ ବର୍ଷରେ ୧୦୧ ମାମଲା, ୨୩୨ ଅପରାଧୀ

୨୦୧୮ ମସିହାରେ ଗଠିତ ବନ୍ୟପ୍ରାଣୀ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ କୁହାଯାଇଛି ଯେ, ବନ୍ୟପ୍ରାଣୀଙ୍କ ଉପରେ ହେଉଥିବା ଅପରାଧ ସମ୍ପର୍କିତ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରିବାରେ ଶତପ୍ରତିଶତ ସଫଳତା ହାସଲ କରିଛି ।

Advertisement
ବଢ଼ୁଛି ବନ୍ୟପ୍ରାଣୀ ଅପରାଧ: ୬ ବର୍ଷରେ ୧୦୧ ମାମଲା, ୨୩୨ ଅପରାଧୀ
Soubhagya Ranjan Mishra|Updated: Jul 30, 2024, 10:47 PM IST
Share

ଭୁବନେଶ୍ୱର: ରାଜ୍ୟରେ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ଏସ୍‍ଟିଏଫ୍‍ ଦ୍ୱାରା ଏହିକ୍ରମରେ ମାମଲା ସଂଖ୍ୟା ବଡ଼ିବାରେ ଲାଗିଛି। ଏବେ ବର୍ଷକୁ ପ୍ରାୟ ୧୪ଟି ବଡ଼ ମାମଲା ଦାୟର କରାଯାଉଛି। ଯାହାକୁ ଅଦାଲତ ମଧ୍ୟ ବିଚାର ପରେ ଠିକ୍‍ ବୋଲି ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। 

ଏ ସମ୍ବନ୍ଧରେ ୨୦୧୮ ମସିହାରେ ଗଠିତ ବନ୍ୟପ୍ରାଣୀ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ କୁହାଯାଇଛି ଯେ, ବନ୍ୟପ୍ରାଣୀଙ୍କ ଉପରେ ହେଉଥିବା ଅପରାଧ ସମ୍ପର୍କିତ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରିବାରେ ଶତପ୍ରତିଶତ ସଫଳତା ହାସଲ କରିଛି । ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍‌ର ୦୬ଟି ବନ୍ୟପ୍ରାଣୀ ମାମଲାର ବିଚାର ଶେଷ ହୋଇଛି ଏବଂ ସମସ୍ତ ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତରେ ବନ୍ୟପ୍ରାଣୀ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହାର ପାଞ୍ଚ ପ୍ରତିଶତରୁ କମ ରହିଛି ।

ରାଜ୍ୟରେ ସଂଗଠିତ ଅପରାଧ ତଥା ବନ୍ୟଜନ୍ତୁଙ୍କ ବିରୋଧରେ ହେଉଥିବା ମାମଲାକୁ ରୋକିବା ପାଇଁ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଶାଖା ହେଉଛି ଏସ୍‌ଟିଏଫ୍‍ । ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ଅଧୀନରେ ଅପରାଧ ମଧ୍ୟ ଏସ୍‌ଟିଏଫ୍‌ର ଅନ୍ୟତମ ଫୋକସରେ ରହିଛି । ୨୦୧୮ରେ ବନ୍ୟଜନ୍ତୁ ମାମଲାର ତଦନ୍ତ ପାଇଁ ଏସଟିଏଫକୁ କ୍ଷମତା/ଅଧିକାର ମିଳିଥିଲା । ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍‍ ୧୦୧ଟି ମାମଲା ରୁଜୁ କରି ୨୩୨ ଜଣ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ କରିଛି । ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‍ ଚିତାବାଘ ଚମଡ଼ା-୫୯ଟି, ହାତୀ ଦାନ୍ତ-୨୭ଟି, ଜୀବନ୍ତ ବଜ୍ରକାପ୍ତା-୨୩ଟି, ବଜ୍ରକାପ୍ତା ହାଡ଼-୪୨ କେଜି, ବାଘ ଚମଡ଼ା ୨ଟି ଓ ହରିଣ ଚମଡ଼ା-୧୧ଟି ଜବତ କରିବାରେ ସଫଳ ହୋଇଛି ।

Also Read- କେରଳରେ ଭୂସ୍ଖଳନ, ୨ ଓଡ଼ିଆ ହସ୍‍ପିଟାଲରେ ଆଉ ୨ଜଣଙ୍କ ପତ୍ତା ମିଳୁନି

Read More
{}{}