ବାଲେଶ୍ୱର: FM କଲେଜ୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଭୁବନେଶ୍ବର ଏମ୍ସରେ ଗୁରୁତର ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇ କହିଛନ୍ତି ଯେ, ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏପରି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ତେଣୁ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ କରାଯାଇଛି । ଏପରି କାର୍ଯ୍ୟାନୁଷ୍ଠାନ ହେବ ଯେପରି ଆଉ କେହି ଏପରି ସାହସ କରିବେନି । ପ୍ରିନ୍ସିପାଲ କାହିଁକି ଏନେଇ ବିଭାଗକୁ ଜଣାଇ ନ ଥିଲେ ସେଥିପାଇଁ ସସ୍ପେଣ୍ଡ କରାଯାଇଛି ।
ସେପଟେ, ଘଟଣାକୁ ନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଗମ୍ଭୀର ସମସ୍ୟା ଏବଂ କିଛି ଲୋକଙ୍କ ଦାୟିତ୍ୱହୀନତା ପାଇଁ ଏପରି ଘଟିଛି । ସମସ୍ୟା ନେଇ କିଛି ଦିନ ତଳେ ଛାତ୍ରୀ ଜଣଙ୍କ ମୋ ପାଖକୁ ଆସିଥିଲେ ଏବଂ ମୁଁ କଲେଜ ଅଧ୍ୟକ୍ଷଙ୍କୁ ଏ ବାବଦରେ ପଚାରିଥିଲି । ଇଣ୍ଟରନାଲ କମିଟି ବାବଦରେ ସେ ମୋତେ କହିଥିଲେ କିନ୍ତୁ କମିଟି ରିପୋର୍ଟରେ କେବଳ ସମୀରଙ୍କ ଗୁଣଗାନ କରାଯାଇଛି । କମିଟି ରିପୋର୍ଟକୁ ସମୀର ଚାଳିଶା କହି ତାତ୍ସଲ୍ୟ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । HOD ସମୀରଙ୍କୁ ଫେବର କରିବାକୁ ଚେଷ୍ଟା କରାଯାଇଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ, ଛାତ୍ରୀ ଜଣକ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ବୋଲି କୁହାଯାଉଛି । ଏଜୁକେଶନ ବିଭାଗ HOD ସମୀର ସାହୁଙ୍କ ବିରୋଧରେ ଛାତ୍ରୀ ଆଣିଥିଲେ ଅଭିଯୋଗ । ଇଣ୍ଟରନାଲ୍ କମିଟିକୁ ଛାତ୍ରୀ ଲେଖିଥିବା ଚିଠିରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ଏଫ୍ଏମ୍ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କଲେଜ ସମ୍ମୁଖରେ ଜଣେ ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଧାରଣାରେ ବସିଥିଲେ ଛାତ୍ରୀ। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟ ଛାତ୍ରୀଙ୍କୁ ବାଲେଶ୍ବର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅବସ୍ଥା ସଂକଟାପନ୍ନ ଥିବାରୁ ବାଲେଶ୍ବରରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ।
ପ୍ରିନ୍ସିପାଲ ଅଫିସ୍କୁ ଦେଖା କରିବାକୁ ଯାଇଥିଲେ ଆଉ ଫେରିଲା ମାତ୍ରେ ଚାମ୍ବର ସମ୍ମୁଖରେ ଜଳୁଥିବା ଦେଖିଲୁ ବୋଲି କହିଛନ୍ତି ଜଣେ ସହପାଠୀ । ଘଟଣାରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏଜୁକେସନ ବିଭାଗର ମୁଖ୍ୟ ସମୀର ସାହୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ସହଦେବଖୁଣ୍ଟା ଥାନା ପୋଲିସ ।
ଅନ୍ୟପଟେ, ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଏବଂ HOD ସମୀର ସାହୁ ସସ୍ପେଣ୍ଡଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସସ୍ପେଣ୍ଡ କରାଯାଇଛି । କାର୍ଯ୍ୟାନୁଷ୍ଠାନ ବାବଦ ହୋଇଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
Also Read- ବ୍ରହ୍ମପୁରରେ ଫିଲ୍ମ 'ନବକଳେବର' ଟିମ୍, ଦର୍ଶକଙ୍କ ସହିତ ମିଶିଲେ ଓ ଏକାଠି ଦେଖିଲେ
Also Read- ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ଫୋର୍ସ