Home >>Odisha State

Subhadra Scheme: ଡିସେମ୍ବରରେ ଆସିବନି ସୁଭଦ୍ରା ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି । ଇ କେୱାଇସି ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଏ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । 

Advertisement
Subhadra Scheme: ଡିସେମ୍ବରରେ ଆସିବନି ସୁଭଦ୍ରା ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
Prabhudatta Moharana|Updated: Dec 16, 2024, 08:05 PM IST
Share

Subhadra Scheme: ଭୁବନେଶ୍ୱର: ଡିସେମ୍ବର ମାସରେ ଆସିବନି ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ପରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।  

ଆଜି ସେ କହିଛନ୍ତି କି ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ସବୁ ପ୍ରକାରର ଯାଞ୍ଚ ପରେ ଏହି କିସ୍ତି ପ୍ରଦାନ କରାଯିବ। ଏଠାରେ କହି ରଖୁ କି ଡିସେମ୍ବର ୨୫ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖିଛନ୍ତି ସରକାର । ସୁଭଦ୍ରା ଟଙ୍କା ପାଇବାକୁ ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି । କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ୫ ଲକ୍ଷ ୧୧ ଆବେଦନକାରୀ ମହିଳାଙ୍କୁ  ଆଉ ଏକ ସୁଯୋଗ ଦେଇଛନ୍ତି ସରକାର । କେୱାଇସି ଅପଡେଟ୍ ହୋଇନଥିବାରୁ ଅଟକିଛି ଆବେଦନ । ଓଟିପି ଜରିଆରେ କେଓ୍ୱାଇସି କରିଥିଲେ ବାୟୋମେଟ୍ରିକ ଜରିଆରେ କେୱାଇସି କରିବାକୁ  ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଜନସେବା କେନ୍ଦ୍ରରେ ଏହି କେୱାଇସି ଯାଞ୍ଚ ହେବ । ଯାଞ୍ଚ ସରିଲେ ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।

Read More
{}{}