Home >>Odisha State

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୧୫ଦିନ ଭିତରେ ସରିବ ରିଜେକ୍ସନ୍ ଯାଞ୍ଚ

Subhadra inspection: ୨୦୨୫ ମାର୍ଚ୍ଚ ୭ ରେ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ନଭେମ୍ବର ୨୬ରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ଦ୍ୱିତୀୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ। ତେଣୁ ମାର୍ଚ୍ଚ ୭ରେ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। କେହି ଆବେଦନ ପାଇଁ ଭିଡ ଜମାଇବା ଦରକାର ନାହିଁ। 

Advertisement
ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୧୫ଦିନ ଭିତରେ ସରିବ ରିଜେକ୍ସନ୍ ଯାଞ୍ଚ
Zee Odisha Desk|Updated: Nov 28, 2024, 12:17 PM IST
Share

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ। କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବା ବେଳେ ଅନ୍ୟ କେତେକଙ୍କର କୌଣସି ଜମିଜମା ଅବା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମାନଦଣ୍ଡର କୌଣସି ଅଯୋଗ୍ୟ ସ୍ଥିତି ନ ଥିଲେ ମଧ୍ୟ ସେମାନଙ୍କ ଆବେଦନକୁ ରିଜେକ୍ଟ କରାଯାଇଛି। ଏନେଇ ସାଧ‌ାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ। ଏନେଇ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦିଆଯାଉଛି। ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି। ଆସନ୍ତା ଶୁକ୍ରବାରଠାରୁ ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ।

ସୂଚନାନୁଯାୟୀ, ୨୦୨୫ ମାର୍ଚ୍ଚ ୭ ରେ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ନଭେମ୍ବର ୨୬ରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ଦ୍ୱିତୀୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ। ତେଣୁ ମାର୍ଚ୍ଚ ୭ରେ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। କେହି ଆବେଦନ ପାଇଁ ଭିଡ ଜମାଇବା ଦରକାର ନାହିଁ। ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି। ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି। ବଣ୍ଡା ଘାଟିରେ ସୁଭଦ୍ରା ଅପହଞ୍ଚ ନେଇ ଉପ-ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଅଧିକ ଟଙ୍କା ପାଇ ସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି। ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ।

Read More
{}{}