Home >>Odisha State

Subhadra Yojana: ଏହି ଦିନରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି...

Subhadra Yojana: ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦିଆଯାଇଛି । ୭୫ ପ୍ରତିଶତ ମହିଳା ସୁଭଦ୍ରା ଟଙ୍କା(Subhadra Yojana Money) ଦ୍ବାରା ଛୋଟ ବ୍ୟବସାୟ ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। 

Advertisement
 Subhadra Yojana: ଏହି ଦିନରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି...
Priyambada Rana|Updated: Dec 25, 2024, 05:12 PM IST
Share
Subhadra Yojana: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର। ମାର୍ଚ୍ଚ ମାସରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା। ଜାନୁଆରୀ(January) ଶେଷ ସୁଦ୍ଧା  ୧ କୋଟି ମହିଳାଙ୍କୁ  ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚରେ ଏକା ସାଙ୍ଗରେ କୋଟିଏ ହିତାଧିକାରୀଙ୍କୁ  ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ(CM Mohan Majhi)। 
 
ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦିଆଯାଇଛି । ୭୫ ପ୍ରତିଶତ ମହିଳା ସୁଭଦ୍ରା ଟଙ୍କା(Subhadra Yojana Money) ଦ୍ବାରା ଛୋଟ ବ୍ୟବସାୟ ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। 
 
ବିଜେପି ନିର୍ବାଚନ ଇସ୍ତାହାରରେ ସୁଭଦ୍ରା ଯୋଜନାର ପ୍ରତିଶ୍ର଼ୃତି ଦେଇଥିଲା। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟକ ମହିଳାଙ୍କୁ  ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ମିଳିବ। ଯେଉଁ କ୍ୟାସ୍ ଭାଉଚରକୁ ମହିଳା ମାନେ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ବିଶେଷକରି, ନିଜ ପିଲାମାନଙ୍କ ପାଠପଢା, ଝିଅ ବାହାଘରଠୁ ନେଇ ପରିବାରର ଛୋଟମୋଟ କାମ ଏବଂ ବ୍ୟବସାୟରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ।  
Read More
{}{}