Home >>Odisha State

Odisha News: ଓଡ଼ିଶାରେ ତିଆରି ହେବ ଲଢ଼ୁଆ ବିମାନ ‘ସୁଖୋଇ’, ଚଳଚଞ୍ଚଳ ହେବ କୋରାପୁଟର ସୁନାବେଢ଼ା

Odisha News: କୋରାପୁଟର ସୁନାବେଢ଼ାଠାରେ ଥିବା ମିଗ୍‍ ବିମାନ କାରଖାନା ପୁଣିଥରେ ଚଳଚଞ୍ଚଳ ହେବ। ଭାରତୀୟ ବାୟୁସେନା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସାଜିଥିବା ଲଢ଼ୁଆ ସୁଖୋଇ ବିମାନ ‘ସୁ ୩୦-ଏମକେଆଇ’ର ୫୪ % ଯନ୍ତ୍ରାଂଶ ଏଠାରେ ପ୍ରସ୍ତୁତି ସାଙ୍ଗକୁ ଖଞ୍ଜା ହେବ।  ପୂର୍ବରୁ ନାଶିକଠାରେ ଏହି ବିମାନ ଖଞ୍ଜା ଯାଉଥିଲା। 

Advertisement
 Odisha News: ଓଡ଼ିଶାରେ ତିଆରି ହେବ ଲଢ଼ୁଆ ବିମାନ ‘ସୁଖୋଇ’, ଚଳଚଞ୍ଚଳ ହେବ କୋରାପୁଟର ସୁନାବେଢ଼ା
Narmada Behera|Updated: Sep 03, 2024, 07:27 AM IST
Share
Odisha News: କୋରାପୁଟର ସୁନାବେଢ଼ାଠାରେ ଥିବା ମିଗ୍‍ ବିମାନ କାରଖାନା ପୁଣିଥରେ ଚଳଚଞ୍ଚଳ ହେବ। ଭାରତୀୟ ବାୟୁସେନା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସାଜିଥିବା ଲଢ଼ୁଆ ସୁଖୋଇ ବିମାନ ‘ସୁ ୩୦-ଏମକେଆଇ’ର ୫୪ % ଯନ୍ତ୍ରାଂଶ ଏଠାରେ ପ୍ରସ୍ତୁତି ସାଙ୍ଗକୁ ଖଞ୍ଜା ହେବ।  ପୂର୍ବରୁ ନାଶିକଠାରେ ଏହି ବିମାନ ଖଞ୍ଜା ଯାଉଥିଲା। 
 
ସୋମବାରଦିନ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ ଏଥିଲାଗି ମଞ୍ଜୁରୀ ଦେଇଛନ୍ତି। ସମ୍ପୂର୍ଣ୍ଣ ଋଷ ଜ୍ଞାନ କୌଶଳ ଓ ଇଞ୍ଜିନରେ ନିର୍ମିତ ସୁଖୋଇ ସୁ-୩୦ ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ପରିଚିତ ହୋଇଛି। ଏବେ ବାୟୁସେନା ପାଖରେ ପ୍ରାୟ ୨୬୦ଟି ଏହି ବର୍ଗର ଲଢ଼ୁଆ ଜାହାଜ ରହିଛି। ଆସନ୍ତା ବର୍ଷଠାରୁ ଆହୁରି ୨୪୦ଟି ସୁ-୩୦ ବିମାନ କିଣିବାକୁ ଯାଉଛି ଭାରତ। ଏଥିଲାଗି ୨୪୦୦ କୋଟି ଟଙ୍କାର ପ୍ରସ୍ତାବକୁ ସରକାର ଅନୁମତି ଦେଇଛନ୍ତି। 
 
ସୁ-୩୦ ହେଉଛି ଏକ ଦୁଇଜଣ ସୈନିକ ବସିବା ଲାଗି ବ୍ୟବସ୍ଥା ଥିବା ଏକ ଲଢ଼ୁଆ ବିମାନ ଯାହା ସବୁ ପାଣିପାଗ ଏବଂ ଦୀର୍ଘ ଯାତ୍ରା ପାଇଁ ଉପଯୋଗୀ ବିମାନ ଭାବରେ ପରିଚିତ। ୨୦୦୦ ମସିହାରେ ଭାରତ ଏବଂ ଋଷ ଭିତରେ ଏହି ବିମାନ ଉତ୍ପାଦନ ପାଇଁ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅନୁସାରେ ଋଷ ଇଞ୍ଜିନ ଏବଂ ଜ୍ଞାନ କୌଶଳ ପ୍ରଦାନ କରୁଥିଲା। ଯାହାକୁ ଭାରତରେ ଯୋଡ଼ା ଯାଉଥିଲା। ଏହି ଚୁକ୍ତି ଅନୁସାରେ ୧୪୦ଟି ସୁ-୩୦ ଏମ୍‍କେଆଇ ନିର୍ମାଣ ଲାଗି ବ୍ୟବସ୍ଥା ହୋଇଥିଲା।  ୨୦୦୨ ମସିହାରେ ସମ୍ପୂର୍ଣ୍ଣ ଋଷ ନିର୍ମିତ ଏକ ଜାହାଜ ଭାରତ ଆସିବା ପରେ ଭାରତର ଇଞ୍ଜିନିୟର ମାନେ ଏ ବାବଦରେ ଅଧିକ ଜ୍ଞାନ ଆହରଣ କରି ନିର୍ମାଣ ଆରମ୍ଭ କରିଥିଲେ। ୨୦୦୪ ମସିହାରେ ଭାରତରେ ଖଞ୍ଜା ଯାଇଥିବା ସୁ-୩୦ ବିମାନକୁ ଭାରତୀୟ ବାୟୁସେନାରେ ପ୍ରଥମଥର ପାଇଁ ସାମିଲ କରାଯାଇଥିଲା। ଚୁକ୍ତି ଅନୁସାରେ ଋଷର ଇରକସ୍ତକ ଏୟାରକ୍ରାଫ୍ଟ ସଂସ୍ଥା ଏହାର ସମ୍ପୂର୍ତଣ୍ଣ ଜ୍ଞାନ କୌଶଳ ଭାରତକୁ ପ୍ରଦାନ କରିବା ହେତୁ ଏଠାରେ ନିର୍ମାଣ ସମ୍ଭବ ହୋଇପାରିବ।
Read More
{}{}