Hindi News >>Home >>Odisha State

ଶ୍ରୀକ୍ଷେତ୍ରରୁ ଅନ୍ୟ ତିନିଧାମକୁ ମିଳିବ ସୁପର ପ୍ରିମିୟମ ବସ୍ ସେବା

ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରୁ ଦେଶର ଅନ୍ୟ ତିନି ଧାମକୁ ସୁପର ପ୍ରିମିୟମ ଆରାମଦାୟକ ବସ୍ ସେବା ଯୋଗାଇବ ବିଜେପି ସରକାର । ଏହା ସହିତ ଗଞ୍ଜାମର ତାରାତାରିଣୀ ପୀଠରୁ କୋଲକାତା ଦକ୍ଷିଣକାଳୀ ପୀଠ ଓ ଆସାମର କାମକ୍ଷ୍ୟା ପୀଠକୁ ମଧ୍ୟ ଏହି ବସ ସେବା ଯୋଗାଇ ଦିଆଯିବ ।

Advertisement
ଶ୍ରୀକ୍ଷେତ୍ରରୁ ଅନ୍ୟ ତିନିଧାମକୁ ମିଳିବ ସୁପର ପ୍ରିମିୟମ ବସ୍ ସେବା
Soubhagya Ranjan Mishra|Updated: Nov 12, 2024, 07:47 PM IST
Share

ଭୁବନେଶ୍ୱର: ତୀର୍ଥଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଯେଉଁମାନେ ଚାରିଧାମ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁବ ସହଜ ବ୍ୟବସ୍ଥା କରୁଛନ୍ତି ସରକାର । ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରୁ ଦେଶର ଅନ୍ୟ ତିନି ଧାମକୁ ସୁପର ପ୍ରିମିୟମ ଆରାମଦାୟକ ବସ୍ ସେବା ଯୋଗାଇବ ବିଜେପି ସରକାର । ଏହା ସହିତ ଗଞ୍ଜାମର ତାରାତାରିଣୀ ପୀଠରୁ କୋଲକାତା ଦକ୍ଷିଣକାଳୀ ପୀଠ ଓ ଆସାମର କାମକ୍ଷ୍ୟା ପୀଠକୁ ମଧ୍ୟ ଏହି ବସ ସେବା ଯୋଗାଇ ଦିଆଯିବ ।

 

ଏହି ବସରେ ତୀର୍ଥଯାତ୍ରୀ ସ୍ୱଳ୍ପ ମୂଲ୍ୟରେ ଶୀତତାପ ନିୟନ୍ତ୍ରିତ ବିଳାସପୂର୍ଣ୍ଣ ବ୍ୟବସ୍ଥାରେ ବିଭିନ୍ନ ଧାମକୁ ଯାତ୍ରାକରି ଦର୍ଶନ କରିପାରିବେ। ଏହା ବ୍ୟତୀତ ଅଯୋଧ୍ୟା ରାମ ମନ୍ଦିର ଦକ୍ଷିଣକାଳୀ (କଲିକତା) ଏବଂ ତିରୁପତି ବ୍ୟତୀତ ଅନ୍ୟ ତୀର୍ଥ ସ୍ଥାନକୁ ବସ ସେବା ଆରମ୍ଭ ହେବ ବୋଲି ବିଜେପି ଓଡ଼ିଶା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉଲ୍ଲେଖ କରାଯାଇଛି ।

Also Read- ବଢିବ CISF ଶକ୍ତି, ପ୍ରଥମ ମହିଳା ରିଜର୍ଭ ବାଟାଲିୟନକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

Also Read- ରୋଷେଇ ଘରୁ ଗାଏବ ହେଲାଣି ଟମାଟୋ ସହ ପିଆଜ, କେବେ କମିବ ଦର ?

Read More
{}{}