Home >>Odisha State

Odisha Budget: ଉପସ୍ଥାପିତ ହେଲା ୨୦୨୪-୨୫ ବର୍ଷ ପାଇଁ ଅତିରିକ୍ତ ବଜେଟ

ଭୁବନେଶ୍ୱର: ଆଜି ୨୦୨୪-୨୫ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋଟ ୧୨୧୫୬ କୋଟ ଟଙ୍କା ଅତିରିକ୍ତି ବ୍ୟୟବରାଦ କରିଛନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରହିଥି ଏହି ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ କରାଯା

Advertisement
Odisha Budget: ଉପସ୍ଥାପିତ ହେଲା ୨୦୨୪-୨୫ ବର୍ଷ ପାଇଁ ଅତିରିକ୍ତ ବଜେଟ
Prabhudatta Moharana|Updated: Nov 26, 2024, 04:46 PM IST
Share

Odisha Budget: ଭୁବନେଶ୍ୱର: ଆଜି ୨୦୨୪-୨୫ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋଟ ୧୨୧୫୬ କୋଟ ଟଙ୍କା ଅତିରିକ୍ତି ବ୍ୟୟବରାଦ କରିଛନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରହିଥି ଏହି ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ କରାଯାଇଛି। ପ୍ରଶାସନିକ ବ୍ୟୟ, କାର୍ଯ୍ୟକ୍ରମ ବ୍ୟୟ, ବିପର୍ଯ୍ୟ ପ୍ରଶମନ ପାଣ୍ଠି, ରାଜ୍ୟ ବଜେଟରୁ ଏହି ବ୍ୟୟ ବଜେଟ ସ୍ଥାନାନ୍ତାର କରାଯାଇଛି। କାର୍ଯ୍ୟକ୍ରମ ବାବଦରେ ୧୦୧୫୫ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ସେହିପରି ପ୍ରଶାସନିକ ବ୍ୟୟ ବାବଦରେ ୧୬୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 

ଏହା ବ୍ୟତୀତ ଏହି ଅତିରିକ୍ତ ବ୍ୟୟ ବରାଦରେ କିଛିଟା ନୂତନ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଭୁବନେଶ୍ୱର ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୧୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୯୨ କୋଟି ଟଙ୍କା, ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମରେ ୧୪୨ କୋଟି, ସିଏପିଏଫ ପାଇଁ ୨୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।  ସେହିପରି ପୋଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ତନଖି ବ୍ୟବସ୍ଥା ସ୍ଥାପନ ପାଇଁ ୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨୨ଟି ଆଇଟିଆଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 

ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧାର ବିକାଶ ପାଇଁ ୨୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ୨୦୨୪-୨୫ ଅତିରିକ୍ତ ବଜେଟରେ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ ସ୍ଥାନୀୟ ଏସଏଇସି ସଂସ୍ଥାମାନଙ୍କୁ ସ୍ଥାନାନ୍ତର ବାବଦକୁ ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

Read More
{}{}