Home >>Odisha State

Chief Minister Office: ପୂର୍ବକୁ ଅନାଇବେ ମୁଖ୍ୟମନ୍ତ୍ରୀ, ବାସ୍ତୁ ଅନୁସାରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଚିତ୍ର

ଭୁବନେଶ୍ୱର: ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ପ୍ରାୟ ୨୧ ଦିନ ପରେ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି। ଏହି ଅବସରରେ ବାସ୍ତୁ ଶାସ୍ତ୍ରବିତ୍‍ଙ୍କ ପରାମର୍ଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳେବର ବଦଳା ଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ  ଯେମିତି ବସୁଥିଲେ ଆଉ ସେମିତି ବସିବେ ନି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି।

Advertisement
Chief Minister Office: ପୂର୍ବକୁ ଅନାଇବେ ମୁଖ୍ୟମନ୍ତ୍ରୀ, ବାସ୍ତୁ ଅନୁସାରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଚିତ୍ର
Prabhudatta Moharana|Updated: Jul 04, 2024, 09:04 PM IST
Share

Chief Minister Office: ଭୁବନେଶ୍ୱର: ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ପ୍ରାୟ ୨୧ ଦିନ ପରେ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି। ଏହି ଅବସରରେ ବାସ୍ତୁ ଶାସ୍ତ୍ରବିତ୍‍ଙ୍କ ପରାମର୍ଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳେବର ବଦଳା ଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ  ଯେମିତି ବସୁଥିଲେ ଆଉ ସେମିତି ବସିବେ ନି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି। ପୁଣି ଯେଉଁ ଆସବାବ ସେ ବ୍ୟବହାର କରୁଥିଲେ ତାହାକୁ ବି ବାଜ୍ୟାପ୍ତ କରାଯାଇ ନୂଆ ଆସବାବ, ରଙ୍ଗରେ ସୁଶୋଭିତ ହୋଇଛିମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। 

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଧୁନିକୀକରଣ କାର୍ଯ୍ୟ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଲୋକସେବା ଭବନକୁ ପ୍ରବେଶ କରିଥିଲେ। ପ୍ରଥମେ ପାହାଚରେ ମୁଣ୍ଡିଆ ମାରି ସେ ନିଜ କର୍ତ୍ତବ୍ୟକୁ ଜନସାଧାରଣଙ୍କ ଉଦ୍ଦେଶ୍ୟୃରେ ସମର୍ପିତ କରିଥିଲେ। ଶପଥ ଗ୍ରହଣ ପରଦିନ ଯଦିଓ କାର୍ଯ୍ୟାଳୟକୁ ଆସିଥିଲେ କିନ୍ତୁ ଏଠାରେ ନବସି ସେ ରାଜ୍ୟ ଅତିଥି ଭବନରେ ବସିବାକୁ ଉଚିତ ମଣିଥିଲେ। ୨୧ ଦିନ ପରେ ଆଜି କାର୍ଯ୍ୟାଳୟର ରୂପରେଖ ବଦଳିଛି। 

ପୁଣି ଏହି ରୂପରେଖ ବଦଳାଇବା ଲାଗି ବାସ୍ତୁଶାସ୍ତ୍ରର ପରାମର୍ଶ ନିଆଯାଇଛି। ଗଲା କିଛିଦିନ ହେଲା ଜଣେ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ନିଜର ପ୍ରତିଚ୍ଛବି ଗଢ଼ିତୋଳିବାକୁ ମୋହନ ପ୍ରଚେଷ୍ଟା କରିଛନ୍ତି ତାହା ଯେପରି ନିରନ୍ତର ରହେ ସେଥିପ୍ରତି ପ୍ରଥମଧ୍ୟାନ ଦିଆଯାଇଛି। 

ଏହି ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଯେଉଁ ଦିଗକୁ ମୁହଁ କରି ବସୁଥିଲେ ତାହାକୁ ଠିକ୍‍ ବୋଲି ବିଚାର କରାଯାଇ ନାହିଁ। ଏଣୁ ତାଙ୍କ ପ୍ରଗୋଷ୍ଠର ସମସ୍ତ ଆସବାବର ପଡ଼ିବା ଶୈଳୀକୁ ବଦଳାଯାଇଛି। ମୁଖ୍ୟମନ୍ତ୍ରୀ ଯେମିତି ପୂର୍ବଦିଗକୁ ମୁହଁ କରି ବସିବେ ସେଥିଲାଗି ବ୍ୟବସ୍ଥା ହୋଇଛି। ପୂର୍ବ ଦିଗ ଦେବ ଦିଗ ହୋଇଥିବାରୁ ଏହାକୁ ଶୁଭ ବୋଲି ଗ୍ରହଣ କରାଯାଇଛି। ପୁଣି ଏହି ଦିଗକୁ ମୁହଁ କରି କାର୍ଯ୍ୟ କରିଲେ ତାହା ଲୋକାଭିମୁଖୀ ଚରିତ୍ରକୁ ବଜାୟ ରଖିବ ବୋଲି ବାସ୍ତୁବିତ ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ସୂଚନା ମିଳିଛି। 

ପୂର୍ବରୁ ନବୀନ ପଟ୍ଟନାୟକ ଦକ୍ଷିଣକୁ ମୁହଁ କରି ବସୁଥିଲେ। ସେ ୨୪ ବର୍ଷ ରାଜ୍ୟକୁ ଶାସନ କରିଛନ୍ତି।  ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳ୍ରର ଅଧିକାରୀଙ୍କ ବସିବା ଶୈଳୀକୁ ମଧ୍ୟ ବଦଳା ଯାଇଥିବା ସୂଚନା ମିଳିଛି।

Read More
{}{}