Home >>Odisha State

ହୀରାକୁଦରେ ଖୋଲିଲା ଆଉ ୬ଗେଟ୍‌‌

Hirakud Dam: କଟକର ମୁଣ୍ଡଳୀ ଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ଏପରି ସ୍ଥିତିରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି।

Advertisement
ହୀରାକୁଦରେ ଖୋଲିଲା ଆଉ ୬ଗେଟ୍‌‌
Zee Odisha Desk|Updated: Aug 09, 2024, 04:31 PM IST
Share

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିଲା। ସେଥିପାଇଁ ହୀରାକୁଦ ଡ୍ୟାମ୍ ର ଆଉ ୬ଟି ଗେଟ୍ କୁ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳ ଭଣ୍ଡାରରୁ ଜଳ ଛଡ଼ାଯିବା ପରେ ଏବେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। କଟକର ମୁଣ୍ଡଳୀ ଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ଏପରି ସ୍ଥିତିରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି। 

ଅନ୍ୟପଟେ ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସେସବୁ ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ନୟାଗଡ, ଅନୁକୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା। ବିଶେଷ କରି ଏହି ସବୁ ଜିଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Read More
{}{}