Home >>Odisha State

Puri Sri Jagannath Temple: ପୁରୀରେ ମୋହନ ସରକାର, ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର

ଭୁବନେଶ୍ୱର: ରାଜ୍ୟରେ ଶାସନ କରିବାକୁ ଶପଥ ନେଇଥିବା ମୋହନ ମାଝିଙ୍କ ସରକାରକୁ ପ୍ରଥମ ଦିନରେ ପୁରୀରେ ଦେଖିବାକୁ ମିଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତ୍ତିକୁ କାର୍ଯ୍ୟକାର

Advertisement
Puri Sri Jagannath Temple: ପୁରୀରେ ମୋହନ ସରକାର, ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର
Prabhudatta Moharana|Updated: Jun 13, 2024, 07:53 AM IST
Share

Puri Sri Jagannath Temple: ଭୁବନେଶ୍ୱର: ରାଜ୍ୟରେ ଶାସନ କରିବାକୁ ଶପଥ ନେଇଥିବା ମୋହନ ମାଝିଙ୍କ ସରକାରକୁ ପ୍ରଥମ ଦିନରେ ପୁରୀରେ ଦେଖିବାକୁ ମିଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇଛନ୍ତି ମନ୍ତ୍ରିମଣ୍ଡଳ। ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ତଥା ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତିରେ ଆଜି ଚାରିଦ୍ୱାର ଖୋଲାଯାଇଛି। 

ନିର୍ବାଚନ ସମୟରେ ଶ୍ରୀମନ୍ଦିରର ଚାରିଦ୍ୱାର ବନ୍ଦ ରହିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା। ଲୋକେ ଧାଡ଼ିରେ ଠିଆ ହୋଇ ରହିବା ଦ୍ୱାରା ଶ୍ରୀଜିଉଙ୍କୁ ଦର୍ଶନ କରିପାରୁ ନଥିବା ଅଭିଯୋଗ ହୋଇଥିଲା। କୋଭିଡ କାଳ ପରେ ଏହି ନୀତିକୁ ସୁରକ୍ଷା ଦୃଷ୍ଟିକୋଣରୁ ନବୀନ ସରକାର ଲାଗୁ କରିଥିଲେ। କିନ୍ତୁ ଜନମତ ଏହାର ବିରୁଦ୍ଧରେ ଯାଇଥିଲା। 

ପ୍ରଥମ ନିଷ୍ପତ୍ତି ସ୍ୱରୂପ  ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ ଗତକାଲି ରାତିରେ କ୍ୟାବିନେଟ ଶ୍ରୀମନ୍ଦିର ଲାଗି ୪୦୦ କୋଟି ଟଙ୍କାର କର୍ପସ୍‍ ପାଣ୍ଠି ଗଠନ କରିବାକୁ ଘୋଷଣା କରିଥିଲେ। ଏହାପରେ ଗତକାଲି ରାତିରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ପୁରୀ ଆସି ରହଣୀ କରିଛନ୍ତି। 

ବିଧି ଅନୁସାରେ ଆଜିଠାରୁ ୪ ଦ୍ୱାର ପଟେ ଭକ୍ତଙ୍କ ଚଳାଚଳ ଉପରେ ସମସ୍ତ କଟକଣାକୁ ଉଠାଇ ଦିଆଯାଇଛି। ଏହାସହ ମନ୍ତ୍ରୀମାନେ ଝାଡ଼ୁଦ୍ୱାରା ସଫା କରି ଶ୍ରୀମନ୍ଦିୀର ପରିବେଶରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି।

Read More
{}{}